ଏପ୍ରିଲ୍ ୧୮ରୁ ୨୦ ପୁରୀ ସାହିତ୍ୟ ମହୋତ୍ସବ, ଯୋଗଦେବେ ଦେଶ ବିଦେଶରେ ଅନେକ ପ୍ରତିଭା
ଭୁବନେଶ୍ୱର, ପୁରୀ,ଓଡ଼ିଶା/ ଏପ୍ରିଲ ୧୮ ରୁ ୨୦, ୨୦୨୫: ଅଧ୍ୟୟନ ଫାଉଣ୍ଡେସନ୍ ଫର ପଲିସି ଆଣ୍ଡ୍ ରିସର୍ଚ୍ଚ (AFPR), ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଏବଂ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ (NBT)ର ମିଳିତ ଆନୁକୂଲ୍ୟରେ, ୨୦୨୫ ଏପ୍ରିଲ୍ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀର ତାଜ ହୋଟେଲ ଠାରେ ପୁରୀ ସାହିତ୍ୟ ଉତ୍ସବ (Puri Lit Fest 2025) ର ଉଦଘାଟନୀ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ଏହାର ସମସାମୟିକ ମହତ୍ତ୍ୱାକାଂକ୍ଷା ସହିତ ଯୋଡ଼ିବା ହେଉଛି ଏହି ଐତିହାସିକ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

କାର୍ଯ୍ୟକ୍ରମର ମୁଖ୍ୟାଂଶ
• ଉଦଘାଟନ ଏବଂ ସମାପନ ଅଧିବେଶନ: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏହି ଉତ୍ସବର ଉଦ୍ଘାଟନ କରିବେ। ଓଡ଼ିଶା ସରକାରଙ୍କ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମାନ୍ୟବର ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ। ସମାପନ ଏବଂ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଭଳି ସମ୍ମାନିତ ଅତିଥିମାନେ ଉପସ୍ଥିତ ରହିବେ।
• ରମାକାନ୍ତ ରଥ ସାହିତ୍ୟ ପୁରସ୍କାର: Puri Lit Fest ୨୦୨୫'ର ଏକ ମୁଖ୍ୟ ଆକର୍ଷଣ ହେଉଛି ଏହି ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଶୁଭାରମ୍ଭ ଯାହା ଓଡ଼ିଆ ସାହିତ୍ୟରେ ଉତ୍କର୍ଷତାକୁ ଆହୁରି ସମ୍ମାନିତ କରୁଛି।
ପ୍ରମୁଖ ବିଷୟବସ୍ତୁ: ପ୍ରକାଶକ ସମ୍ମିଳନୀ, ସାମାଜିକ ଉଦ୍ୟୋଗ, ସାହିତ୍ୟରେ ମହିଳାଙ୍କ ଅବଦାନ, ପରିବେଶ, ଆଧୁନିକ ଯୁଗରେ ଇତିହାସ ଲିଖନ, ବଲିଉଡର ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର ସାମାଜିକ-ସାଂସ୍କୃତିକ ବିକାଶ ତଥା ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଆଦି ଉପରେ ଆଲୋଚନା ରହିବ।
ବିଶେଷ: ଐତିହ୍ୟ ପଦଯାତ୍ରା, ବାଲୁକା କଳା, ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ, ଏବଂ ଓଡ଼ିଆ ଖାଦ୍ୟର ପରିବେଷଣ।
PLF ୨୦୨୫ରେ ନିମନ୍ତ୍ରିତ ବିଶିଷ୍ଟ ବକ୍ତାମାନେ ହେଲେ:
• ବିକ୍ରମ ସମ୍ପଥ, ଐତିହାସିକ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା
• ଶାଲୁ ଜିନ୍ଦଲ, ଅଧ୍ୟକ୍ଷା, ଜିନ୍ଦଲ ଫାଉଣ୍ଡେସନ
• ପଦ୍ମଶ୍ରୀ ମାଳିନୀ ଅବସ୍ଥି, ଲୋକପ୍ରିୟ ଗାୟିକା
• ଶେଫାଳି ବୈଦ୍ୟ
• ଶେହଜାଦ ପୁନାୱାଲା, ରାଜନୈତିକ ସମାଲୋଚକ
• ଡକ୍ଟର ଶ୍ରୀରାମ ଚଉଲିଆ, ଡିନ୍, ଜିନ୍ଦଲ ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ୍ ଆଫେୟାର୍ସ
• ପ୍ରଯକ୍ତା କୋଲି, ଡିଜିଟାଲ୍ ନିର୍ମାତା ଏବଂ ଅଭିନେତ୍ରୀ
• ସୋଫିଆ ଫିରଦୋସ୍, ଯୁବ ବିଧାୟିକା
- ଜିତେନ୍ଦ୍ର ନାଥ ମିଶ୍ର, ପର୍ତ୍ତୁଗାଲ ଏବଂ ଲାଓସରେ ପୂର୍ବତନ ରାଷ୍ଟ୍ରଦୂତ ଏବଂ ପ୍ରଖ୍ୟାତ ଲେଖକ।
- ତନୟା ପଟ୍ଟନାୟକ,ସମ୍ପାଦିକା, ସମ୍ବାଦ
- ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରଦୂତ ଶ୍ରୀ ଅନିଲ ସୁକଲାଲ 'ବିଶ୍ୱ ବହୁପାକ୍ଷିକତା' ପ୍ରସଙ୍ଗ ଉପରେ ଆଲୋଚନାରେ ଯୋଗଦେବେ।
- ସବ୍ୟସାଚୀ ମିଶ୍ର, ଜ୍ଞାନ ହୋତା, ଇତିରାଣୀ ସାମନ୍ତ, ଗୌରହରି ଦାସ, ଦାସ ବେନହୁର, ଶ୍ରୀ ଦେବପ୍ରସାଦ ଦାସ ଏବଂ ଅସିତ ମହାନ୍ତି ଏବଂ ଅନ୍ୟାନ୍ୟ ଓଡ଼ିଆ ପ୍ରଖ୍ୟାତ ବ୍ୟକ୍ତି ଏହି ମହୋତ୍ସବରେ ଆମ ସହିତ ଯୋଗ ଦେଉଛନ୍ତି।
"ଭବିଷ୍ୟତର କାର୍ଯ୍ୟପନ୍ଥା" ଡକ୍ୟୁମେଣ୍ଟ ସହ ଉତ୍ସବର ସମାପନ ହେବ। ଯେଉଁଥିରେ ଭବିଷ୍ୟତର ସାଂସ୍କୃତିକ ଏବଂ ନୈତିକ ପଦକ୍ଷେପଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ୨୦ଟି ଅଧିବେଶନରୁ ପ୍ରାପ୍ତ ଅନ୍ତର୍ଦୃଷ୍ଟିକୁ ସଂଶ୍ଳେଷଣ କରାଯିବ। ମହୋତ୍ସବର ପ୍ରତିଷ୍ଠାତା ନିର୍ଦ୍ଦେଶକ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଶିବମ୍ ରଘୁବଂଶୀ ଏବଂ ଶଶାଙ୍କ ଶେଖର ସିଂହ କହିଛନ୍ତି ଯେ, "ଏହି ମହୋତ୍ସବ ଓଡ଼ିଶାର କାଳଜୟୀ ଐତିହ୍ୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଏବଂ ସ୍ୱଦେଶୀ ଜ୍ଞାନରେ ନିହିତ ବୈଶ୍ଵିକ ଆଲୋଚନାକୁ ପ୍ରେରଣା ଦେବା ପାଇଁ ଏକ ମଞ୍ଚ।"












Click it and Unblock the Notifications