ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ, ଉପସ୍ଥିତ ଥିଲେ ସାଂସଦ ଶୁଭାଶିଷ ଖୁଣ୍ଟିଆ
ଶେଷ ହେଲା ପୁରୀ ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ତୃଣମୂଳ ସ୍ତରର ସଂଗଠନ ତଥା ବ୍ଲକ ସଭାପତି ଚୟନ ନେଇ ହେଲା ଆଲୋଚନା । ପୁରୀ ଜିଲ୍ଲାର ଦଳୀୟ ନେତୃତ୍ବଙ୍କ ମଧ୍ୟରେ ଭିତିରି ବିବାଦ ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି । ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗ ନଦେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ବିଜେଡି ଦଳରେ କୌଣସି ଆଭ୍ୟନ୍ତୀଣ ନଥିବା ସଫେଇ ଦେବା ସହିତ ନବୀନ ଆମର ଏକମାତ୍ର ନେତା ଏବଂ ତାଙ୍କ ନେତୃତ୍ବରେ ସମସ୍ତେ ଏକ ହୋଇ କାମ କରୁଥିବା କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଦଳରେ ନେତାଙ୍କ ଅସନ୍ତୋଷକୁ ମଧ୍ୟ ଆଡ଼େଇ ଦେଇଛନ୍ତି ।












Click it and Unblock the Notifications