ଜଗନ୍ନାଥଙ୍କ ଜମିରେ ଠିଆ ହୋଇଛି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ: ତୁରନ୍ତ ଉଚ୍ଛେଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀ ମାର୍କେଟ ସମୁଦାୟ ୨୫.୫ ଡେସିମିଲ ଜାଗାରୁ ୨୨ ଡିସିମିଲ୍ ଜାଗା ଶ୍ରୀମନ୍ଦିର ପ୍ରଶାସନ ନାଁରେ ରହିଛି ।

Puri Lakshmi Market Complex

ପୁରୀ: ସ୍ଥାନୀୟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀ ମାର୍କେଟ ସମୁଦାୟ ୨୫.୫ ଡେସିମିଲ ଜାଗାରୁ ୨୨ ଡିସିମିଲ୍ ଜାଗା ଶ୍ରୀମନ୍ଦିର ପ୍ରଶାସନ ନାଁରେ ରହିଛି । ଅବସିଷ୍ଟ ସାଡେ ୩ ଡେସିମିଲ ଜାଗା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । ତେଣୁ ଜଗନ୍ନାଥଙ୍କ ଜମି କିପରି ଜଣେ ବ୍ୟକ୍ତିଙ୍କ ନାମକୁ ଟ୍ରାନ୍ସଫର ହେଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ତେବେ ତୁରନ୍ତ ଏହାକୁ ଉଚ୍ଛେଦ କରି ଜାଗାକୁ ପ୍ରଶାସନକୁ ହସ୍ତାନ୍ତର କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦି ପ୍ରଶାସନ । ଏହି ଚିଠି ପାଇବା ପରେ ରାଜସ୍ୱ ବିଭାଗ ଏହାର କାଗଜପତ୍ର ଯାଞ୍ଚ କରିବ ବୋଲି ଜଣାଯାଇଛି । ଯଦି ଏପରି ଅଭିଯୋଗରେ ସତ୍ୟାସତ୍ୟ ଥାଏ ତେବେ ମାର୍କେଟ୍ କମ୍ପ୍ଲେକ୍ସ କୋଠା ଭଙ୍ଗା ଯାଇପାରେ । ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହାରା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଭିଯୋଗପତ୍ର ଆମେ ଗ୍ରହଣ କରିଛୁ । ଏହାର ତର୍ଜମା କରାଯିବ । ଯଦି ଏହା ଶ୍ରୀମନ୍ଦିର ପ୍ରଶାସନ ଜମିରେ ଥାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର ।

ସୂଚନାଥାଉ କି, କିଛିଦିନ ତଳେ ଏହି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ପ୍ରାୟ ୩୬ ଘଣ୍ଟା ଧରି ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ହୁତୁହୁତୁ ହୋଇ ଜଳିବା ପରେ ନିଆଁକୁ ଆୟତ୍ତ କରା ଯାଇଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ନାକେଦମ ହୋଇଥିଲେ । ଦୀର୍ଘ ୩ ଦିନପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠିତ ହୋଇଥିଲା । ଏହି ଅଗ୍ନିକାଣ୍ଡରେ କମ୍ପ୍ଲେକ୍ସର ତଳ ମହଲାରେ ଥିବା ୪୩ଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଥିବା ବେଳେ ପ୍ରଥମ ମହଲା ବି ଖୁବ୍‌ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ କରି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ରିପୋର୍ଟ ଦାଖଲ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+