ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି କହିଲେ ଆଇନ୍ ମନ୍ତ୍ରୀ
Puri Jagannath Temple News : ରତ୍ନଭଣ୍ତାର ନିଶ୍ଚିତ ଖୋଲିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା କରାଯିବା ନେଇ ସୂଚନା ରହିଛି । ତେବେ ଏନେଇ ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ । ତେବେ ଯେଉଁ ତାରିଖରେ ରତ୍ନ ଭଣ୍ତାର ଖୋଲିବ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ତାହା କେବଳ ଏକ ଗୁଜବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ସୂଚନାଥାଉ ଯେ, ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାପାରେ । ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର କାର୍ଯ୍ୟ ଜାରି ରହିବ । ଏହି ସମୟପେ ରତ୍ନଭଣ୍ତାରର ଯାଞ୍ଚ କରାଯିବା ସହ ରତ୍ନଭଣ୍ତାର ଭିତରେ ଥିବା ରତ୍ନର ଗଣତି ଏବଂ ମଣତି କରାଯିବ । ତେବେ ଏନେଇ ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ଯିଏ ତଦାରଖ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ରତ୍ନଭଣ୍ତାର ପରାମତି ସହ ଅଳଙ୍କାର ଗଣନା କରାଯିବା ନେଇ ମଧ୍ୟ ଯୋଜନା କରାଯାଇଛି । ତେବେ ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ତାରର ଖୋଲାଯାଇ ଯାଞ୍ଚ୍ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଥିଲା । ତେବେ ଯାଞ୍ଚ୍ କମିଟିରି ପରାମର୍ଥ ପରେ ସରକାର ରତ୍ନଭଣ୍ତାର ଖୋଲିବା ନେଇ ନେବେ ବୋଲି ଖବର ରହିଛି ।












Click it and Unblock the Notifications