Get Updates
Get notified of breaking news, exclusive insights, and must-see stories!

ପ୍ରତୀକ୍ଷାର ଅନ୍ତ: ଦିନକ ପରେ ଖୋଲିବ ଶ୍ରୀମନ୍ଦିର, ହେଲେ ମାନିବାକୁ ପଡିବ ଏହି ସବୁ ନିୟମ

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର । ବୁଧବାର ଅର୍ଥାତ ଡିସେମ୍ବର 23 ତାରିଖରୁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା ।

ପୁରୀ: କରୋନା ମହାମାରୀ ଭୟ ମଧ୍ୟରେ ଶେଷ ହୋଇଛି କାଳିଆ ଭକ୍ତଙ୍କ ଅପେକ୍ଷା । ଦୀର୍ଘ 9 ମାସର ବିରତି ପରେ ଏଥରେ ବଡ ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ । ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର । ବୁଧବାର ଅର୍ଥାତ ଡିସେମ୍ବର 23 ତାରିଖରୁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା । ଏନେଇ ଆଜି ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସୂଚନା ଅନୁଯାୟୀ ୨୩, ୨୪ ଓ ୨୫ ତାରିଖରେ ସେବାୟତଙ୍କ ପରିବାରକୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ଆସନ୍ତା ୨୬ରୁ ୩୧ ଯାଏଁ ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ । ୪ ଘଣ୍ଟା ଯାଏଁ ପ୍ରତି ୱାର୍ଡବାସୀଙ୍କୁ ମିଳିବ ଦର୍ଶନ ସୁବିଧା । ତେବେ କେଉଁ ୱାର୍ଡକୁ କେବେ ଦର୍ଶନ ସୁବିଧା ମିଳିବ ସେନେଇ ସ୍ଥିର କରାଯିବ ।

Jagannath Temple

ସେହିପରି ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ପରିଚୟ ପତ୍ର ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ, ଯେଉଁଥିପାଇଁ ୮ରୁ ୧୦ କାଉଣ୍ଟର ରହିବ । ହେଲେ ପରିଚୟ ପତ୍ର ନଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଟୋକେନ୍ ଅଥବା ଚିରକୁଟ ମାଧ୍ୟମରେ ଦର୍ଶନ କରାଯିବ ।

ଶ୍ରୀମନ୍ଦିର ପ୍ରବେଶ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ହେବ । ଦର୍ଶନାର୍ଥୀ ମାନେ ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ଯିବେ ଏବଂ ଜୋତା ଓ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା ହେବ। ଏପରିକି ୧୨ରୁ ୧୪ ଘଣ୍ଟା ଯାଏଁ ଭକ୍ତଙ୍କୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ଏବେ ଜଗା ଦର୍ଶନ କରିବାକୁ ମିଳିବନି।

ତେବେ ଭିଡ଼ ନଥିଲେ ବୟସ୍କ ମାନେ ଗରୁଡ଼ ସ୍ତମ୍ଭ ଯାଏଁ ଯାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହାବ୍ୟତିତ କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜାନୁଆରୀ ୩ ପରେ ସକାଳେ ଓ ସନ୍ଧ୍ୟା ସମୟରେ ୧ ଘଣ୍ଟା ପାଇଁ ପୁରୀବାସୀ ଦର୍ଶନର ସୁଯୋଗ ପାଇବେ ବୋଲି ସୂଚନା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+