Get Updates
Get notified of breaking news, exclusive insights, and must-see stories!

ନୂଆବର୍ଷ 2024:ରାତି ଗୋଟାଏରୁ ଜଗା ଦର୍ଶନ

ପୁରୀ: ଆସନ୍ତାକାଲି ନୂଆବର୍ଷ, ଯେଉଁଥି ପାଇଁ ଚଳଚଞ୍ଚଳ ପଲ୍ଲୀଠୁ ସହର । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳିକୁ ନଜରରେ ରଖି ଆଜି ରାତି ଗୋଟାଏରୁ ଖୋଲିବ ସିଂହଦ୍ୱାର । ମଙ୍ଗଳ ଆଳତି ପରେ ରାତି ୧ଟା ୩୦ରୁ ଦର୍ଶନ ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବାହାର କାଠ ନିକଟରୁ ଦର୍ଶନ କରିପାରିବେ ଭକ୍ତ । ନବ ବର୍ଷରେ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଗତକାଲି ମଧ୍ୟ ରାତି ୨ଟାରୁ ମନ୍ଦିର ଦ୍ୱାରା ଖୋଲାଯାଇଥିଲା ।

ଆସନ୍ତାକାଲିଠାରୁ ଏସି ସେଡ୍ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବା ମରଚିକୋଟ ଛକରୁ ବ୍ୟାରିକେଟରେ ଏସି ଟନେଲକୁ ପ୍ରବେଶ କରିପାରିବେ । ଏହାସହ ବିଶ୍ରାମ ପାଇଁ ଜର୍ମାନ ହ୍ୟାଙ୍ଗର ତିଆରି ହୋଇଛି । ଆଜି ଏସି ଟନେଲ ବ୍ୟାରିକେଡରେ ମକଡ୍ରିଲ୍ କରାଯାଇଛି । ଏହି ସମୟରେ କେନ୍ଦ୍ରଞ୍ଚଳ ଆଇଜି ଓ ପୁରୀ ଏସପି ଉପସ୍ଥିତ ଥିଲେ । ସେହିପରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ
ମୁତୟନ କରାଯାଇଛି ।

Jagannath Temple

ସୂଚନା ଅନୁସାରେ, ମନ୍ଦିର ଭିତରକୁ ୧୦ଟି ଧାଡିରେ ପ୍ରବେଶ କରିବେ ଭକ୍ତ । ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସୁବିଧା ଓ ସୁରକ୍ଷିତ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଲକୋଙ୍କ ଗହଳିକୁ ନଜରରେ ରଖି ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

ନୂଆ ବର୍ଷ ପାଇଁ ୨୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମାର୍କେଟ୍ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଯାନବାହନ ବାରଣ କରାଯାଇଛି । ଦିଗବାରେଣିଠାରୁ ବତିଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ଯାନବାହାନ ନିଷିଦ୍ଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଆଜି ରାତି ୧୨ଟାରୁ ଜାନୁଆରୀ ୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବା ନେଇ ସୂଚନା ଜାରି କରାଯାଇଛି ।

ସେହିପରି ଆସନ୍ତାକାଲିଠୁ ଲାଗୁ ହେବ ନୂଆ କଟକଣା । ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବେ । ସେହିପରି ମହିଳା ମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+