ଶ୍ରୀମନ୍ଦିର ଖବର : ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟର ସାଧାରଣ ଦର୍ଶନ ବନ୍ଦ ରହିବ । କିଛି ନିତିକାନ୍ତି ପାଇଁ ମନ୍ଦିର ବନ୍ଦ ରହିବ । ନୀତି ସରିଲେ ପୁଣି ମନ୍ଦିର ଖୋଲିବ । ଆଉ ଭକ୍ତମାନେ ଜଗା ଦର୍ଶନ କରିପାରିବେ ।
ସୋମବାର ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ ।
ତେବେ ଏହି ନୀତି ଆପାତତଃ ଅପରାହ୍ନ ୩ଟା ରୁ ଆରମ୍ଭ ହେବା ସହ ରାତ୍ର ୮ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏଣୁ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ହୋଇଥିବା ସ୍ୱର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହେବ । ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆ ଯାଇଥିଲା । ତେବେ ପୁନର୍ବାର ଆଜି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ ।

ପ୍ରଥମ ଭୋଗମଣ୍ଡପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତ ମାନେ ଭୂଦେବୀ ଏବଂ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ । ଏହାପରେ ପତିମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡଗ୍ରାହୀ ଓଷୁଅ ଏବଂ କନା ଦ୍ୱାରା ଚତୁଃର୍ଦ୍ଧାମୂର୍ତ୍ତୀଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ ।
ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ତେବେ ଏହି ସମୟରେ ଅପରାହ୍ନ ୩ଟାରୁ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।












Click it and Unblock the Notifications