ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କରିବେ କାଳିଆ ଠାକୁର, ୧ ଘଣ୍ଟା ବନ୍ଦ ରହିବ ଦର୍ଶନ
ଶ୍ରୀମନ୍ଦିରରେ ପୁଣି ରକ୍ତ ଛିଟା। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାରଠାରେ ରକ୍ତ ଛିଟା ପଡ଼ିଛି। ଫଳରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଏଥି ପାଇଁ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। କୌଣସି କାରଣରୁ ଧୁକୁଡ଼ି ଦ୍ୱାରରେ ରକ୍ତ ପଡ଼ିଥିବାର ଦେଖିବାକୁ ମିଳିଛି, ସେ କାରଣରୁ ମହାସ୍ନାନ କରାଯିବ। ରିପୋର୍ଟ ଲେଖାଯିବା ବେଳକୁ ରକ୍ତଛିଟା କେମିତି ପଡ଼ିଲା ତାହା ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ଆଜି ମହାପ୍ରଭୁଙ୍କ ଦର୍ଶଦ ଜାରି ଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଧୁକୁଡ଼ି ଦ୍ୱାରଠାରେ ରକ୍ତଛିଟା ପଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ମହାପ୍ରଭୁଙ୍କ ମହାସ୍ନାନ ନୀତି ଶେଷ ହେଲା ପରେ ପୁଣି ଥରେ ସାଧାରଣ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ।












Click it and Unblock the Notifications