ଆଜି ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥି:୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ:ଆଜି ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥି । ଏହି ଅବସରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥି ପାଇଁ ଆଜି ପ୍ରାୟ ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଆଜି ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ ।
ଏହି ପଇତା ଲାଗି ଦଇତାପତି ସେବକ ମାନଙ୍କର ଏକ ଗୋଷ୍ଠିଗତ ସେବା । ଶ୍ରୀଜିଉଙ୍କ ଠାରେ ପ୍ରତ୍ୟେକ ଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପଇତା ଲାଗି କରାଯାଏ । ଖାସ କଥା ହେଲା ଯେ ଏଥିପାଇଁ ପାଟରା ସେବକ ପଇତା ପ୍ରସ୍ତୁତ କରିବା ପାଇଁ ତିନି ରଙ୍ଗର ବାସୁଙ୍ଗାପାଟ ବ୍ୟବହାର କରନ୍ତି ।
ପ୍ରଥମେ ପାଟରା ସେବକ ବାସୁଙ୍ଗା ପାଟ ନେଇ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପଇତା ପ୍ରସ୍ତୁତ କରିଥାନ୍ତି । ଯାହା ପରେ ପାଟରା ସେବକ ଏହି ପଇତାକୁ ଦଇତାପତି ସେବାୟତଙ୍କୁ ପ୍ରଦାନ କରିଥାନ୍ତି ଯାହା ପରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଗୁପ୍ତ ସେବା ।












Click it and Unblock the Notifications