ଭକ୍ତକୁ ଦର୍ଶନ ଦେବ ଜଗା : ଡିସେମ୍ବର ଶେଷ ସପ୍ତାହକୁ ମନ୍ଦିର ଖୋଲିବା ନେଇ ହେବ ସୁପାରିଶ, ପୁରୀବାସୀ ପ୍ରଥମେ କରିବେ ଦର୍ଶନ
ଡିସେମ୍ବର 22 ତାରିଖରୁ ମନ୍ଦିର ଖୋଲାଯିବ । ପୁରୀ ଶ୍ରୀମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ସୁପାରିଶ କରିବ ମନ୍ଦିର ପ୍ରଶାସନ ।
ପୁରୀ : ଦୀର୍ଘ ନଅ ମାସ ଧରି ଯାହାର ପ୍ରତୀକ୍ଷା କରାଯାଇଥିଲା ତାହା ଅନ୍ତ ହୋଇଛି । ଭକ୍ତଙ୍କୁ ସିଧାସଳଖ ଦର୍ଶନ ଦେବେ ମହାପ୍ରଭୁ । ପୁରୀ ଶ୍ରୀମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ସୁପାରିଶ କରିବ ମନ୍ଦିର ପ୍ରଶାସନ । ଆଜି ଛତିଶା ନିଯୋଗ ବୈଠକରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ମନ୍ଦିର ଖୋଲିବା ନେଇ ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟ ପ୍ରଶାସକ । ଡିସେମ୍ବର ଶେଷ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ଡିସେମ୍ବର 22 ତାରିଖରୁ ମନ୍ଦିର ଖୋଲାଯିବ । ପ୍ରଥମେ ପୁରୀ ଜିଲ୍ଲାବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ।
ଭକ୍ତଙ୍କ ପାଇଁ କ'ଣ ରହିବ ଗାଇଡଲାଇନ୍ ?

ସେହିପରି ଜାନୁଆରୀ 3 ତାରିଖ ପରେ ପୁରୀ ବାହାରୁ ଲୋକ ଦର୍ଶନ କରି ପାରିବେ । ତେବେ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ତେବେ ନୂଆବର୍ଷକୁ ଆଖି ଆଗରେ ରଖି ଜାନୁଆରୀ 1 ତାରିଖ ଓ 2 ତାରିଖ ମନ୍ଦିର ବନ୍ଦ ରହିବ । ସରକାରଙ୍କ ନିଷ୍ପତି ଆସିବା ପରେ ଦର୍ଶନ ନେଇ ଏସଓପି ପ୍ରସ୍ତୁତ ହେବ । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ମାସ୍କ ଓ ସାନିଟାଇଜର୍ ବାଧ୍ୟତାମୂଳକ କରାଯିବ । 65 ବର୍ଷରୁ ଅଧିକ ଓ 10 ବର୍ଷରୁ କମ୍ ପିଲାଙ୍କୁ ଦର୍ଶନ ପାଇଂ ଅନୁମିତ ମିଳିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications