ସୋମବାରଠୁ ଶ୍ରୀମନ୍ଦିର ବନ୍ଦ, ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି
ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ । ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିବ । ସେବାୟତଙ୍କ ପ୍ରସ୍ତାବକ୍ରମେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ପୁରୀ: ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ । ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ବନ୍ଦ ରହିବ । ସେବାୟତଙ୍କ ପ୍ରସ୍ତାବକ୍ରମେ ଏନେଇ ନିଷ୍ପତ୍ତି ନିଆଯାଇଛି । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ 31ଯାଏ ଜଗା ଦର୍ଶନ ବନ୍ଦ ରହିବ। ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କାରଣ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କର ଭିଡ ହେଉଥିଲା । କେବଳ ଟୀକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଥିଲା । ତେବେ ଟୀକା ନେଇଥିବା ବ୍ୟକ୍ତି ମଧ୍ୟ କରୋନାରେ ପୁଣିଥରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ତେଣୁ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications