ସୋମବାର ଛତିଶା ନିଯୋଗ ବୈଠକ; କାର୍ତ୍ତିକ ମାସ ଓ ଚନ୍ଦ୍ର ଗ୍ରହଣ ନେଇ ହେବ ଆଲୋଚନା
ସୋମବାର ଅପରାହ୍ନରେ ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସ ଓ ଚନ୍ଦ୍ର ଗ୍ରହଣ ନେଇ ହେବ ଆଲୋଚନା । ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ ।
ଆସନ୍ତା ନୂଆବର୍ଷ ପହିଲାରୁ ଶ୍ରଦ୍ଧାଳୁ ମାନେ କିଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଆସିବେ, ତାହା ଉପରେ ମଧ୍ୟ ସମସ୍ତ ନିଯୋଗର ସେବାୟତଙ୍କ ସହ ବିସ୍ତୃତ ଆଲୋଚନା ହୋଇପାରେ । ସେବାୟତ ମାନେ କିଭଳି ଭକ୍ତମାନଙ୍କୁ ଏଦିଗରେ ସଚେତନ ଆଲୋଚନା କରାଯିବ ।
କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବ । ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ ।

ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ । ସେ ନେଇ ଆଲୋଚନା ହେବ । ଗ୍ରହଣ ସମୟରେ ନିତିକାନ୍ତି ନେଇ ଆଲୋଚନା ହେବ ।
ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ପ୍ରଥମେ ମାର୍କେଣ୍ଡେୟ ଆଶ୍ରମ ପରେ ଅଙ୍ଗିରା, ଭୃଗୁ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ ।
ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।
ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ।












Click it and Unblock the Notifications