ଅନଲାଇନରେ ନିର୍ମାଲ୍ୟ ବିକ୍ରି : କିଏ ଦେଲା ଅନୁମତି ? ସିଂହଦ୍ୱାର ଥାନାରେ ଏତଲା
ଆମାଜନ୍ ନାଁରେ ସିଂହଦ୍ୱାର ଥାନାରେ ଏତଲା
ପୁରୀ : ନିର୍ମାଲ୍ୟକୁ ସବୁ ସମୟରେ ଭକ୍ତମାନଙ୍କ ମଧ୍ୟରେ ଦୁର୍ବଳତା ରହି ଆସିଛି । ଏଥିପାଇଁ ରାଜ୍ୟ ଭିତରୁ, ବାହାରୁ ଏପରିକି ବିଦେଶରୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଆସନ୍ତି । ନିର୍ମାଲ୍ୟ ପାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ହେଲେ ଏହି ନିର୍ମାଲ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଇଥିପାଇଁ ନିର୍ମାଲ୍ୟ ଅନଲାଇନରେ ବିକ୍ରି କରାଯାଉଛି । ଆଉ ଏହି ଅନଲାଇନ୍ ବିକ୍ରି ଆମାଜନ୍ କରୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଆଜି ସିଂହଦ୍ୱାର ଥାନାରେ ଆମାଜନ ନାଁରେ ଏତଲା ଦିଆଯାଇଛି । ଏତଲା ଦେଇଛନ୍ତି ଶମ୍ଭୁନାଥ ଖୁଣ୍ଟିଆ । ଅନଲାଇନରେ ନିର୍ମାଲ୍ୟ ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିବା ବେଳେ କିଭଳି ଆମାଜନ୍ ଏହାକୁ ବିକ୍ରି କରୁଛି ବୋଲି ଶମ୍ଭୁନାଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ।

ଶମ୍ଭୁନାଥଙ୍କ ଏହି ଏତଲାକୁ ସମର୍ଥନ କରିଛି ଶ୍ରୀମନ୍ଦିର ସେବାୟତ ସଂଘ । ଅପରପକ୍ଷରେ ଯଦି ଶ୍ରୀମନ୍ଦିର ପ୍ରଶାସନ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦେଇ ନାହିଁ ତାହାଲେ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ସେବାୟତ । ଏଠାରେ କହି ରଖୁଛୁ କି କିଛି ଦିନ ତଳେ ରାଜ୍ୟ ସରକାର ଭକ୍ତମାନଙ୍କୁ ସହଜରେ ନିର୍ମାଲ୍ୟ ଯୋଗାଇ ଦେବାକୁ ଅନଲାଇନର ସହଯୋଗ ନେବାକୁ ଯୋଜନା କରିଥିଲେ । ହେଲେ ଏନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା । ପୁଲିସ ତୁରନ୍ତ ଏହାକୁ ତଦନ୍ତ କରି ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେବାୟତମାନେ ଦାବି କରିଛନ୍ତି । ଏଠାରେ ସୂଚନାଥାଉକି, ଆମାଜନ ଇଣ୍ଡିଆରେ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ନିଜ ଓ୍ୱେବସାଇଟରେ 59, 320 ଓ 249 ଟଙ୍କାରେ ବିକ୍ରି କରି ଆସୁଛି ।












Click it and Unblock the Notifications