ନିୟମକୁ ମାନିଲେନି ସେବାୟତ, ରଥ ଉପରେ ମୋବାଇଲ ନେଇ କଲେ ଭିଡିଓ

ପୁରୀ:ଗତ ମଙ୍ଗଳବାର ଆଡ଼ପ ପହଣ୍ଡି ବେଳେ ତାଳଧ୍ୱଜରେ ଅଘଟଣ ଘଟିଥିଲା । ଚାରମାଳରେ ପ୍ରଭୁ ବଳଦେବ ଖସିପଡ଼ିଥିଲେ । ଏହି ଅଘଟଣ ଯୋଗୁଁ ପ୍ରାୟ ୧୨ ଜଣ ସେବାୟତ ହୋଇଥିଲେ । ଏହି ଅପ୍ରୀତିକର ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସେବାୟତମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଏଥିରେ ସବୁଠାରୁ ବଡ ନିର୍ଦ୍ଦେଶ ଥିଲା- ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ପାରିବେ ନାହିଁ । ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଆଜି ସେହି ନୟମକୁ ଫୁ କରି ଉଡ଼େଇ ଦେଇଛନ୍ତି କିଛି ସେବାୟତ । ଗତ ମଙ୍ଗଳବାର ସନ୍ଧ୍ୟାରେ ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ସମୟରେ ଘଟିଥିବା ଅଘଟଣକୁ ଜଗନ୍ନାଥ ପ୍ରେମୀ ଓ ରାଜ୍ୟବାସୀ ଭୁଲି ନଥିବା ବେଳେ ଆଜି ବାହୁଡ଼ାଯାତ୍ରା ଅବସରରେ ଥର ଉପରେ ସେବାୟତ ଓ ସେବାୟତମାନେ ବିଶୃଙ୍ଖଳିତ ଆଚରଣ କରିଛନ୍ତି ।

puri jagannath sebayata

ରଥ ଉପରେ ଅଣସେବାୟତ ଚଢ଼ିବା ଓ ରଥ ଉପରେ ଥାଇ ସେବାୟତମାନେ ମୋବାଇଲ ମାଧ୍ୟମରେ ଭିଡିଓ ସୁଟିଂ କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଖୁସିମନରେ ଭିଡିଓ କରିବାର ଚିତ୍ର ଭାଇରାଲ ହେଉଛି ।

ଯଦି ପୁଣି କିଛି ଅଘଟଣ ଘଟେ ତେବେ ସେବାୟତଙ୍କ ଉପରେ ମୁଖ୍ୟ ପ୍ରଶାସକ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ କି ତାହା ଏବେ ପ୍ରଶ୍ନବାଚୀ । ସେପଟେ ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣ ସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ରଥ ଉପରେ ଅଣସେବାୟତମାନଙ୍କୁ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+