ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

କେବେ ଖୋଲିବ ରତ୍ନଭଣ୍ଡାର ? ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଆମିକସ୍‌ କ୍ୟୁରିଙ୍କ ଗସ୍ତ ପରେ ପୁନଃ ରତ୍ନ ଭଣ୍ଡାର ଖୋଲିବାକୁ ଦାବି ଉଠିବାରେ ଲାଗିଛି । ଆଗାମୀ ୨୭ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।

ପୁରୀ: କେବେ ଖୋଲିବ ରତ୍ନଭଣ୍ଡାର ? ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଆମିକସ୍‌ କ୍ୟୁରିଙ୍କ ଗସ୍ତ ପରେ ପୁନଃ ରତ୍ନ ଭଣ୍ଡାର ଖୋଲିବାକୁ ଦାବି ଉଠିବାରେ ଲାଗିଛି । ଆଗାମୀ ୨୭ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି କରିବା ପାଇଁ ପୁଣି ଥରେ ଦାବି ଜୋର ଧରିଛି ।

Ratna Bhandar

ଏନେଇ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର "କୋର୍ଟଙ୍କ ନିର୍ଦ୍ଦେଶରେ ନିକଟରେ ଆମିକ୍ୟସ କ୍ୟୁରି ପୁରୀ ଆସିଥିଲେ । ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଛି । ଏହାର ଦାୟିତ୍ବ ଏଏସ୍‌ଆଇର । ରତ୍ନ ଭଣ୍ଡାର ମାଲିକ ହେଉଛନ୍ତି ପ୍ରଭୁ ଜଗନ୍ନାଥ । କିଛି ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନ ଭଣ୍ଡାର ମାଲିକ ସରକାର । ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା କଥା ପୂର୍ବରୁ କହିଛି ପ୍ରତ୍ତ୍ନତତ୍ତ୍ବ ବିଭାଗ । ଏ କଥା ଆମିକସ୍‌ କ୍ୟୁରି ମଧ୍ୟ କହିଛନ୍ତି । ସମସ୍ତଙ୍କ ଦାବି ରତ୍ନଭଣ୍ଡାର ଖୋଲାଯାଉ । ଏହାପୂର୍ବରୁ ୧୯୭୮, ୧୯୮୨, ୧୯୮୫ରେ 3ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନଭଣ୍ଡାର କମିଟି ଗଠନ ହୋଇଥିଲା । ସେତେବେଳେ 12838 ଭରି ସୁନା ରହିଥିବା ରିପୋର୍ଟ ଅଛି । ପ୍ରାୟ 100 କୋଟି ଟଙ୍କାର ସଂପତ୍ତି ହେବ । ଯଦି ସେତେବେଳେ ରତ୍ନ ଭଣ୍ଡାର ଖୋଳାଯାଇଥିଲା ତେବେ ଏବେ ରତ୍ନ ଖୋଲିବା ନେଇ କେଉଁଠି ଅସୁବିଧା ରହିଛି ।"

ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ଏବଂ ଏଠାରେ ଥିବା ସ୍ୱର୍ଣ୍ଣ ଆଭୂଷଣକୁ ନେଇ ସାଧାରଣରେ ସନ୍ଦେହ ଥିବାରୁ ସରକାର ରତ୍ନଭଣ୍ଡାର ଖୋଲିଦେବା ଉଚିତ । ପୁରୀର ବୁଦ୍ଧିଜୀବି ଓ ପରିଚାଳନା କମିଟି ସଦସ୍ୟ ମଧ୍ୟ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

ପ୍ରତି ୩ବର୍ଷରେ ଥରେ ଭିତର ରତ୍ନଭଣ୍ଡାର ଖୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାଗହଣାକୁ ଗଣତି କରିବାର ନିୟମ ରହିଛି । ହେଲେ ଗତ ୩୭ବର୍ଷ ଧରି ଏହାକୁ ଖୋଲାଯାଇନାହିଁ । ଶେଷଥର ପାଇଁ ୧୯୮୫ରେନ୍ତ୍ଭଣ୍ଡାର ଖୋଲାଯାଇଥିଲା । ଏହା ପୂର୍ବରୁ ୧୯୮୨ ଓ ୧୯୭୮ରେ ରତ୍ନଭଣ୍ଡାର ଖୋଲି ସୁନାଗହଣାର ଗଣତି କରାଯାଇଥିଲା, ଯାହା ରେକର୍ଡଭୁକ୍ତ ହୋଇ ରହିଛି । ଶ୍ରୀଜିଉଙ୍କ ବିଭିନ୍ନ ବେଶ ପାଇଁ ନିୟମିତ ଭାବେ ବ୍ୟବହାର ହେଉଥିବା ଗହଣା କେବଳ ବାହାର ରତ୍ନଭଣ୍ଡାରରେ ରହିଛି । କୁହାଯାଉଛିି, ଭିତର ରତ୍ନଭଣ୍ଡାର ଖୋଲା ନ ଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ରଘୁନାଥ ବେଶ ହୋଇପାରୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+