ଚାଲିଛି ନୀଳାଦ୍ରି ବିଜେ, ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ
ପୁରୀ: ଚାଲିଛି ନିଳାଦ୍ରୀ ବିଜେ । ନୀଳକନ୍ଦରକୁ ବିଜେ କରୁଛନ୍ତି ମହାପ୍ରଭୁ । ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ କରିବେ ମାନଭଞ୍ଜନ । ୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ତିନିଠାକୁର । ରଥାରୁଢ଼ ଠାକୁର ଗୋଟିପହଣ୍ଡିରେ ରତ୍ନସିଂହାସନକୁ ଫେରୁଛନ୍ତି ।

ନୀତିନିର୍ଘଣଟ ଅନୁସାରେ, ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ଯାଇଛି। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଯାଇଛି । ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ର ପରେ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ରତ୍ନମଣ୍ଡପକୁ ବିଜେ କରିବେ। ଶେଷର କାଳିଆ ଠାକୁର ନନ୍ଦିଘୋଷରୁ ଓହ୍ଲାଇ ପହଣ୍ଡିରେ ରତ୍ନବେଦିକୁ ଯିବେ ।
ଏତେ ଦିନ ଧରି ମାନ କରି ରହିଥିବା ମା' ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।












Click it and Unblock the Notifications