ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର: ଜାଣନ୍ତୁ, କାହାକୁ ମିଳିବ ପ୍ରବେଶ ଅନୁମତି ?

ପୁରୀ: ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ହେଲେ କେବଳ ପୁରୀବାସୀଙ୍କୁ ମିଳିବ ପ୍ରେବଶ ଅନୁମତି । ସକାଳ ୭ରୁ ପରିଚୟ ପତ୍ର ଦେଖାଇ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଗତ କିଛି ଦିନ ଧରି ପୁରୀ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବା ନେଇ ଦାବି ହୋଇ ଆସୁଛି । ତେବେ ଆଜି ଏହି ଦାବି ଦୋହରାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Puri Jagannath Mandir West Door

ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ସେ ଦାବି କରିଛନ୍ତି । ପରେ କମିଟିର ନିଷ୍ପତ୍ତି ପରେ ଅନ୍ୟ ଦ୍ୱାର ଖୋଲାଯାଉ ବୋଲି ଦାବି କରିଛନ୍ତି । ଯଦି ତୁରନ୍ତ ଗୋଟିଏ ଦ୍ୱାର ଖୋଲା ନଯାଏ ତେବେ ଆସନ୍ତାକାଲି ପଶ୍ଚିମଦ୍ୱାର ଆଗରେ ଧାରଣାରେ ବସିବେ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜଙ୍କୁ ଚିଠି ଲେଖିଥିଲେ ସୁଦର୍ଶନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+