ପୁରୀ ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ, ଯାଞ୍ଚ ପରେ ପୁଣି ଗଡିଲା
ନୂଆପଡା: ଓଡିଶାରେ ଟ୍ରେନ ଦୁର୍ଘଟଣା ଜନିତ ଘଟଣା ଯେମିତି ଥମିବାର ନାମ ନେଉ ନାହିଁ । ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଘଟିବା ପରେ ବ୍ରହ୍ମପୁର ଷ୍ଟେସନରେ ଏସି କୋଚରେ ନିଆଁ ଲାଗିବା ତଥା ଯାଜପୁର ରୋଡ ଷ୍ଟେସନରେ ୬ ଜଣ ଶମିକଙ୍କ ଟ୍ରେନ ଟ୍ରାକରେ କଟି ମୃତ୍ୟୁ ହେବା ପରେ ଆଜି ଆଉ ଏକ ଦୁର୍ଘଟଣାର ସୂଚନା ମିଳିଛି।

ନୂଆପଡା ଖରିଆର ରୋଡରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଗୋଟିଏ ଏସି ବଗିରେ ନିଆଁ ଲାଗିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ବି-୩ କୋଚରେ ଗୁରବାର ବିଳମ୍ବିତ ସନ୍ଧ୍ଯାରେ ନିଆଁ ଲାଗି ଯାଇଥିଲା। ସୂଚନା ମୁତାବକ ବ୍ରେକ ପେଡରେ ଘର୍ଷଣ ଫଳରେ ନିଆଁ ଲାଗିଯାଇଥିଲା।
ବ୍ରେକ ପେଡରେ ନିଆଁ ଲାଗିଯାଇଥିବା ବେଳେ ଏହା ବି-୩ କୋଚରେ ଭିତରକୁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କରିବା ପାଇଁ ତ୍ଵରିତ ପ୍ରଚେଷ୍ଟା କରାଯାଇଥିଲା। ସଂପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପରେ ଟ୍ରେନ ପୁଣି ଷ୍ଟେସନ ଛାଡିଥିଲା। ସୂଚନା ଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ବ୍ରହ୍ମପୁର ଷ୍ଟେସନ ନିକଟରେ ହାୱଡା ଅଭିମୁଖେ ଯାଉଥିବା ଏକ ଏକ୍ସପ୍ରେସରେ ବି-୬ କୋଚର ଏସି କମ୍ପାର୍ଟମେଣ୍ଟରୁ ଧୂଆଁ ବାହାରିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହାପରେ ସତର୍କ ପଦକ୍ଷେପ ଗ୍ରହଣ କରାଯିବା ପରେ ଟ୍ରେନ ଷ୍ଟେସନ ଛାଡିଥିଲା।












Click it and Unblock the Notifications