Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ୧ ତାରିଖରୁ ଖୋଲିବନି ପୁରୀ ଗୁଣ୍ଡିଚା ମନ୍ଦିର

ଡିସେମ୍ବର ୧ରୁ ଖୋଲିବନି ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟିଙ୍କ ପରାମର୍ଶ ତଥା ଅଧିସ୍ୱୀକୃତି ଅନୁସାରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରି ଏବଂ ପରେ, ପରିଚାଳନା କମିଟିର ବରିଷ୍ଠ ସେବକ ସଦସ୍ୟ ଏବଂ ଅଧିକାରୀ ବୃନ୍ଦ ଶ୍ରୀଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କରିଥିଲେ l ଏହାପରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଏହାକୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଲାଗି ଖୋଲାଯିବା ନେଇ ବିଚାର କରାଯାଇଥିଲା l ତେବେ ଏହା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରି ରିପୋର୍ଟ ଦେଇଛନ୍ତି l

gundicha temple

ଏଥିସହ ମନ୍ଦିର ମଧ୍ୟରେ ଷ୍ଟିଲ ବିମ୍ ଲଗାଯିବା ପ୍ରସ୍ତାବ ଥିବା ସହ ଖଣ୍ଡୋଲାଇଟ୍ ପଥର ଲଗା କାମ ବାକି ଥିବା ଦର୍ଶାଇଛନ୍ତି l ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତୀ ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+