ପୁରୀରେ ପୁଣି ନିଆଁ: ଓଡିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ଅଗ୍ନିକାଣ୍ଡ
ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମବାହିନୀ ।

ପୁରୀ: ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍ ଶୋ' ରୁମରେ ନିଆଁ ଲାଗି ଯାଇଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମବାହିନୀ ।
ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଲକ୍ଷ୍ମୀ ମାର୍କେଟ୍ କମ୍ଫ୍ଲେକ୍ସ ନିଆଁ ଲାଗିବା ଘଟଣା ମନରୁ ନଲିଭୁଣୁ ପୁଣି ନୀଳାଦ୍ରି କମ୍ଫ୍ଲେକ୍ସ ଥିବା ହାଣ୍ଡଲୁମ୍ ଶୋ' ରୁମରେ ନିଆଁ ଲାଗିଛି ।
ସୂଚନାଥାଉ କି, ବୁଧାବାର ରାତି ପ୍ରାୟ ୮ଟା ବେଳେ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା । ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା । ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଥିଲା । ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍ ଦିନରାତି ଏକ୍ କରି ନିଆଁ ଲିଭା କାମରେ ଲାଗିଥିଲେ । ୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିଲା ନିଆଁ ।












Click it and Unblock the Notifications