ପୁରୀ ବାଣ ବିସ୍ଫୋରଣ ଘଟଣା; ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ଅନେକ ଏବେ ବି ଗୁରୁତର

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ । ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା । ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

ସରକାର ସ୍ଥିତି ଉପରେ ନଜର ରଖିଥିବା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ଦିଗରେ ପୁରୀ ଜିଲ୍ଲାପାଳ ପଦକ୍ଷେପ ନେଇ ସାରିଥିବା କୁହାଯାଇଛି।

ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ଖଣ୍ଡିଆବନ୍ଧର ହେମନ୍ତ ସାହୁଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା । ସେହିପରି ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଉଛନ୍ତି ନରେନ୍ଦ୍ର କୋଣର ସୌମ୍ୟରଞ୍ଜନ ସାହୁ ଓ ଖଣ୍ଡିଆବନ୍ଧର ସମୃଦ୍ଧି ସାହୁ । ସୌମ୍ୟରଞ୍ଜନ ସାହୁ ବଳଗଣ୍ଡି ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ର ଥିଲେ। ସେହିପରି ସମୃଦ୍ଧିଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ସୌମ୍ୟରଞ୍ଜନ ସାହୁ ଏମ୍‌ସରେ ଚିକିତ୍ସାଧୀନ ଥିଲେ।

Puri explosion incident

ଗତ ମେ' ୨୯ ତାରିଖରେ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଏହି ଅଘଟଣଘଟିଥିଲା। ସୂଚନା ଅନୁଯାୟୀ, ‍ବାଣ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇ ନଥିଲା। ଲୋକେ ପରମ୍ପରା ଅନୁଯାୟୀ ବାଣି ଫୁଟାଇ ଥିଲେ । ତେବେ ବାଣ ଫୁଟାଇଲା ବେଳେ ଏକ ବାଣ ଗଦାରେ ନିଆଁ ପଡ଼ି ଯିବାରୁ ସେଗୁଡ଼ିକ ଫୁଟି ଯାଇଥିଲା ଓ ଏହି ଅଘଟଣ ଘଟିଥିଲା। ଯେଉଁ ବ୍ୟକ୍ତି ସେହି ବାଣ ଫୁଟାଇବା ପାଇଁ ଆଣି ଗଦା କରିଥିଲେ ସେ ମଧ୍ୟ ଗୁରୁତର ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+