ପୁରୀ ବାଣ ବିସ୍ଫୋରଣ ଘଟଣା; ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଅନେକଙ୍କ ଅବସ୍ଥା ଗୁରୁତର

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ, ଅନେକଙ୍କ ଅବସ୍ଥା ଗୁରୁତର । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ ଘଟିଥିଲା। ଅନେକଙ୍କ ଅବସ୍ଥା ଗୁରୁତର ରହିଛି । କଟକ, ଭୁବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି ଗୁରୁତର । ଦେବୀଘାଟରେ ଏକସଙ୍ଗେ ଏକାଧିକ ବାଣ ଫୁଟିଯିବାରୁ ଅଘଟଣ ହୋଇଛି ।

ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବଡଧରଣର ଅଘଟଣ ହୋଇଛି । ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା । ଫଳରେ ସେଠାରେ ଅନେକ ଲୋକେ ଆହତ ହୋଇଛନ୍ତି।

ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗୁରୁତରଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

explosion incident

ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍ ହେଲା ବଡ଼ ବିସ୍ଫୋରଣ । ଏବେ ସମସ୍ତ ଆହତଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁରୀ ପୋଲିସ ଏବଂ ଅଗ୍ନିଶମବାହିନୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତକାରୀଙ୍କ ଉଦ୍ଧାର କାର୍ଯ୍ୟରେ ଏବେ ସ୍ଥାନୀୟ ଲୋକମାନେ ମଧ୍ୟ ହାତ ବଢ଼ାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+