୪.୭ ତୀବ୍ରତାର ଭୂମିକମ୍ପରେ ଥରିଲା ପୁରୀ ଜିଲ୍ଲା

ଓଡ଼ିଶାରେ ଭୂମିକମ୍ପ । ଭୂମିକମ୍ପରେ ଥରିଲା ପୁରୀ ଜିଲ୍ଲା । ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ପରେ ସକାଳ ପ୍ରାୟ ୮.୧୫ ସମୟରେ ଓଡ଼ିଶାର ପୁରୀ ଜିଲାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ମାପ କରାଯାଇଥିବା ସୂଚନା ମିଳିଛି। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ହୋଇଥିବାର ରିପୋର୍ଟ ହସ୍ତଗତ ହୋଇନାହିଁ ।

earthquake

ଆଜି ସକାଳେ ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ପରି ଓଡିଶାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର ତୀବ୍ରତା ପାଖାପାଖି ସମସ୍ତ ସ୍ଥାନରେ ୪.୦ରୁ ଅଧିକ ରହିଛି । ଭୂମିକମ୍ପର ଝଟକାରେ ଲୋକେ ଭୟଭୀତ ହୋଇଥିବାବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ ହୋଇଛି। ସକାଳେ ବିହାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ଏବଂ ଏଠାରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରହିଥିଲା। ସେହିପରି ଉତ୍ତର ପ୍ରଦେଶ ଏବଂ ହରିୟାଣାରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମାପ କରାଯାଇଥିଲା। ଏହାର ପ୍ରଭାବରେ ଉତ୍ତର ପ୍ରଦେଶର ମୁରାଦାବାଦ, ସହାରନପୁର, ଅଲୱର, ମଥୁରା ଏବଂ ଆଗ୍ରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହରିୟାଣାର କୁରୁକ୍ଷେତ୍ର, ହିସାର, କୈଥଲରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ସୋସିଆଲ ମିଡ଼ିଆ 'ଏକ୍ସ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପୋଷ୍ଟରେ କହିଛନ୍ତି ଯେ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ସମସ୍ତଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ସତର୍କତା ପାଳନ କରିବାକୁ ଅନୁରୋଧ, ସମ୍ଭାବ୍ୟ ପରବର୍ତ୍ତୀ ଝଟକା ପାଇଁ ସତର୍କ ରହିବା ଉଚିତ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+