ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ; କଣ କହିଲେ ଜାଣନ୍ତୁ
ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଭିତରେ, ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ । ପୁରୀ ଜିଲ୍ଲାପାଳଙ୍କ କହିବା ମୁତାବକ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।
ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ । ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ । ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ । ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ପଶୁ ଚର୍ବି ଓ ତେଲରେ ତିଆରି ହୋଇଛି ତିରୁପତି ମନ୍ଦିର ପ୍ରସାଦ ଲଡୁ । ଅଭିଯୋଗ ଆସିବା ପରେ ରିପୋର୍ଟ ବି ଯାଞ୍ଚ ହୋଇଥିଲା । ଯାହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି ।

ଏବେ ତିରୁପତି ମନ୍ଦିର ପରେ ସବୁ ମନ୍ଦିରରେ ପ୍ରସାଦ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ପୁରୀ ମନ୍ଦିରରେ ତିଆରି ହେଉଥିବା ପ୍ରସାଦର ମାନ୍ ଯାଞ୍ଚ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଖାସ୍ କରି ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହାର ହୁଏ ଘିଅ । ତେବେ ନକଲି ଘିଅରେ ଭୋଗ ପ୍ରସ୍ତୁତ ହେବା ନେଇ କୌଣସି ଅଭିଯୋଗ ଆସି ନାହିଁ । ଖୁବଶୀଘ୍ର ଏହାର ମାନ ଯାଞ୍ଚ ହେବ ।
ଓମଫେଡ ସହିତ ମଧ୍ୟ ଆଲୋଚନା କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ଘିଅ ବ୍ୟବହାର ହେଉଥିବାର ସମ୍ଭାବନା ଅଛି ।












Click it and Unblock the Notifications