ଆଜି ଧନୁ ସଂକ୍ରାନ୍ତି, ଶ୍ରୀଜିଉଙ୍କୁ ଅର୍ପଣ କରାଯାଇଛି ୩୨ ପ୍ରକାର ପିଠା
ପୁରୀ: ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଜାନୁଆରୀ 14 ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପହିଲି ଭୋଗ ନୀତି ପାଳନ କରାଯିବ ।
ସକାଳୁ ଏହି ନୀତି ଆରମ୍ଭ ହୋଇଯାଇଛି । ସକାଳୁ ସକାଳୁ ରାମକୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଉଛନ୍ତି ମା'ଯଶୋଦା । ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି । ପୌରାଣିକ କମ୍ବଦନ୍ତୀ ଅନୁସାରେ, ଦ୍ୱାପର ଯୁଗରେ ମା'ଯଶୋଦା ଆଜିର ଦିନରେ କୃଷ୍ଣ ବଳରାମଙ୍କୁ ପିହିଲି ଭୋଗ ଖୁଆଇଥିଲେ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଧନୁ ସଂକ୍ରାନ୍ତିରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ମକର ସଂକ୍ରାନ୍ତିରେ ଶେଷ ହୋଇଥାଏ ।ଏହି ଭୋଗ ପାଇବା ପାଇଁ ସେବାୟତ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ କରିଥାନ୍ତି ଅପେକ୍ଷା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପହିଲି ଭୋଗରେ ଗୁଆ-ଘିଅରେ ଖେଚେଡି, ଫଳ ସହ ଅନ୍ୟାନ ଭୋଗ ମହାପ୍ରଭୁଙ୍କୁ ଅର୍ପଣ କରାଯିବ । କିମ୍ବଦନ୍ତୀ ଅନୁସାରେ ମା ଲକ୍ଷ୍ମୀ ଏହି ସମୟରେ ବାପଘରକୁ ଯାଇଥିବାରୁ ଯଶୋଦା ଆଗ୍ରହର ସହ ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱାଦିଷ୍ଟ ପିଠା ତିଆରି କରି ପରସିଦେଇଥାନ୍ତି । ଏହି କିମ୍ବଦନ୍ତୀ ଅନୁସାରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେଉଛି ।
ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଯେଉଁଥିବା ପାଇଁ ରାତି ୨ଟା ୪୦ରୁ ଶ୍ରୀମନ୍ଦିରର ଦ୍ୱାରା ଫିଟାଯାଇଛି ଏବଂ ମଙ୍ଗଳ ଆଳତୀ କରାଯାଇଛି । ଭୋର ୬ଟା ମଧ୍ୟରେ ମଇଲମ, ତଡପଲାଣି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲବ ନୀତି କରାଯାଇ ମହପ୍ରଭୁଙ୍କ ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି । ଆଜି ପହିଲି ଭୋଗରେ ୩୨ ପ୍ରକାରର ପିଠା ଲାଗି କରାଯାଇଥାଏ ।












Click it and Unblock the Notifications