ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ; ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ

ଆଜି ସଂଧ୍ୟା ସୁଦ୍ଧା ଆସିବ ପୁରୀ ଦଳାଚକଟା ରିପୋର୍ଟ। ସୂଚନା ଦେଲେ ଉନ୍ନୟନ କମିଶନର ଅନୁ ଗର୍ଗ ।।ଗତକାଲି ତଦନ୍ତର ଶେଷ ତାରିଖ ଥିଲା।, ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ।

ସୂଚନାଯୋଗ୍ୟ, ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଥିଲା। ନିର୍ଦ୍ଦେଶନାମା ଅନୁଯାୟୀ, ଏହି ୪ ଜଣିଆ ତଦନ୍ତ କମିଟିରେ ଓଏଏସ୍‌ ଅଧିକାରୀ ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ସାମିଲ କରାଯାଇଥିଲା। ଏହି ୪ଜଣ ଜଣ ଓଏଏସ୍‌ ଅଧିକାରୀ ପ୍ରତିଦିନ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ନ ୩ଟାରୁ ୫ଟା ଯାଏଁ ତଦନ୍ତରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ସାହାଯ୍ୟ କରିବେ।

Puri Dalachkata report

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଜୁନ୍ ୨୯ତାରିଖ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଶରଧାବାଲିରେ ରଥ ନିକଟରେ ଦଳାଚକଟା ଘଟି ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଥିଲା। ମୃତକମାନେ ହେଲେ ବୋଲଗଡ଼ ଅଞ୍ଚଳର ବାସନ୍ତୀ ସାହୁ(୩୬), ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି(୭୮) ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ। ଆହତମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା।

ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ। ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା। ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା। ଯାହାଫଳରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+