ପୁଣି ଚର୍ଚ୍ଚାରେ IAS ବିବାହ: ପୁରୀ ଜିଲ୍ଲାପାଳଙ୍କ ହାତ ଧରିବେ ରାୟଗଡ଼ା ଜିଲ୍ଲାପାଳ
ଭୁବନେଶ୍ୱର:ପୁଣି ଚର୍ଚ୍ଚାରେ IASଙ୍କ ଛାଡପତ୍ର, ପ୍ରେମ ଏବଂ ବିବାହ । ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ । ବାରଣାସୀରେ ପରସ୍ପରର ହାତ ଧରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପଳ ସ୍ୱାଧାଦେବ ସିଂ । ଏହା ଉଭୟଙ୍କ ଦ୍ୱିତୀୟ ବିବାହ ।
ସୂଚନାଥାଉ ଯେ, ପୂର୍ବରୁ ସମର୍ଥ ବର୍ମା ଭାରତୀୟ ରେଳ ଅଧିକାପୀ ସୂଚୀ ସିଂହଙ୍କୁ ବିବାହ କରିଥିଲେ ସେହିପରି ସ୍ୱଧା ବଲାଙ୍ଗୀର ଜିଲ୍ଲାପଳ ଚଞ୍ଚଳ ରାଣାଙ୍କୁ ପ୍ରଥମ ବିବାହ କରିଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଯାହା ପରେ ପୁଣି ଓଡ଼ିଶାର ଦୁଇ ଜଣାସୁଣା ଆଇଏଏସ ବିବାହ କରିବା ପାଇଁ ଯାଉଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ବର୍ତ୍ତମାନ ପୁରୀ ଜିଲ୍ଲାପଳ ଅଛନ୍ତି ଏହା ପୂର୍ବରୁ ସେ, ବିଏମସି କମିସନର୍, ସମ୍ବଲପୁର ଜିଲ୍ଲାପଳ ଏବଂ ରାୟଗଡ଼ାର ପିଡି ଡିଆରଡିଏ ଭାବେ କାର୍ଯ୍ୟ କିରିସାରିଛନ୍ତି । ସେହିପରି ସ୍ୱଧାଦେବ ସିଂ ରାୟଗଡ଼ା ଆସିବା ପୂର୍ବରୁ ନୂଆପଡ଼ା ଜିଲ୍ଲାପଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।
ଅନ୍ୟପଟେ ବିବାହ ବିଚ୍ଛେଦ ପରେ ସମର୍ଥ ବର୍ମାଙ୍କ ପୂର୍ବ ପତ୍ନୀ ସୂଚୀ ଝାଡ଼ଖଣ୍ତର ଜଣେ IASଙ୍କୁ ବିବାହ କରିଥିବା ବେଳେ ଚଞ୍ଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।












Click it and Unblock the Notifications