ରତ୍ନ ବେଦୀରେ ବୀର ନାଗାର୍ଜୁନ ବେଶରେ ମହାପ୍ରଭୁ
ବୀର ନାଗାର୍ଜୁନ ବେସରେ ସଜାଇ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ମା ଶୁଭଦ୍ରା ଓ ବଡଭାଇ ବଳଭଦ୍ର ।
ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ପ୍ରସ୍ତୁତି । ଦିବ୍ୟ ଦୁର୍ଲଭ ବେସରେ ରତ୍ନ ବେଦୀରେ ବିରାଜିଛନ୍ତି ଶ୍ରୀଜିଉ । ବୀର ନାଗାର୍ଜୁନ ବେସରେ ସଜାଇ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ମା ଶୁଭଦ୍ରା ଓ ବଡଭାଇ ବଳଭଦ୍ର । ତେବେ ତିନି ଘଣ୍ଟା ବିଳମ୍ବରେ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିବା ନେଇ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବିଳମ୍ବରେ ଆରମ୍ଭ ହୋଇଥିଲା ବେଶନୀତି। ଭୋର ୪ଟା ୪୫ ମିନିଟରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ, ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା। ଭଣ୍ଡାର ମେକାପ, ଖୁଣ୍ଟିଆ ସେବାୟତ ଓ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ବିଳମ୍ବ ହୋଇଛି।
ସ୍ବର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ବେଶ ଆରମ୍ଭରେ ବିଳମ୍ବ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେହିପରି ଅଧିକ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ୩ ଘଣ୍ଟା ବିଳମ୍ବରେ ବେଶ ଆରମ୍ଭ ହୋଇଥିଲା ।












Click it and Unblock the Notifications