ରେଳ ଟନେଲ ଭୁଶୁଡିବା ପରେ ଚାଲିଛି ଜୋରଦାର ଅପରେସନ୍, ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଲୱେ

ବୌଦ୍ଧ ଜିଲ୍ଳାର ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଅଧୀନ କଖାରୁଫଳ ନିକଟ ଜଙ୍ଗଲ ଭିତରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟନେଲ୍ ନମ୍ବର-୪ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡି ପଡିବା ପରେ ଚାଲିଛି ଜୋରଦାର ଅପରେସନ୍ । ଢିଲା ମାଟି ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁ ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ଟନେଲ ନମ୍ବର-୪ରେ ସୃଷ୍ଟି ହୋଇଛି ଏକ ବଡ଼ ଗର୍ତ୍ତ । ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ୍ତ ହୋଇଥିବା ଜଣାପଡିଛି ।

ଏଥିରେ କୌଣସି କାର୍ଯ୍ୟରତ ଶ୍ରମିକ ପ୍ରଭାବିତ ହୋଇନାହାନ୍ତି କି କୌଣସି ଯନ୍ତ୍ରପାତି କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ପଷ୍ଟ କରିଛି ପୂର୍ବତଟ ରେଲୱେ ।

puri bolangir Under-construction Rail Tunnel Collaps

ସମସ୍ତ ପ୍ରକାରର ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଯୋଜନା ଅନୁଯାୟୀ ରେଳପଥ ନିର୍ମାଣ କାମ ଜାରି ରହିଛି ବୋଲି ସ୍ପଷ୍ଟୀକରଣ ଜାରି କରି ସୂଚନା ଦେଇଛି ରେଳ ବିଭାଗ । ପ୍ରାୟ ୪ କିମି ଦୀର୍ଘ ବିଶିଷ୍ଟ ନିର୍ମାଣାଧୀନ ଟନେଲ୍ କିଛି ଦିନ ତଳେ ବ୍ରେକ୍ ଥ୍ରୋ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+