ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା: ସରିଲ ଚକ ଅଖ ଡେରା ନୀତି

ପୁରୀ:ଆଜି ଶ୍ରୀ ଜୀଉଙ୍କ ଭଉଁରୀ ଯାତ୍ରା । ଏହି ଅବସରେରେ ତିନି ରଥର ଚକ ଅଖ ଡେରା ନୀତି ଶେଷ ହୋଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ତା ସେବକମାନେ ଶ୍ରୀଜିଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିଥିଲେ । ଏହା ପରେ ତିନି ରଥର ଦୁଇଟି ଲେଖାଏ ଚକ ସହ ଗୋଟିଏ ଲେଖାଏ ଅଖ ଡେରାଯାଇଛି । ତେବେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବା ପରେ ରଥ ନିର୍ମାଣର ଅନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି ।

Bhauri Yatra

ସେପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ମହାପ୍ରଭୁଙ୍କ ଚଳନ୍ତା ପ୍ରତିମା, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡା କରିଛନ୍ତି । ବିଧିପୂର୍ବକ ଦେବାଦେବୀ ମାନେ ଏହି ଦିନ ୨୧ ଘେରା ଜଳକ୍ରୀଡା କରିଥାନ୍ତି ।

ଏହି ଦୁର୍ଲଭ ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+