Puri Assembly Election Results 2024: ଏଥର ପୁରୀରେ କିଏ ପିନ୍ଧିବ ବିଜୟ ମୁକୁଟ ?
Puri Assembly Election Results 2024: ଚବିଶିରେ କାହାର ହେବ ପୁରୀ ବିଧାନସଭା ଆସନ । କିଏ ଯିବ ଏହି ଆସନରୁ ବିଧାନସଭା । କାହା ଉପରେ ଭୋଟର କରିଛନ୍ତି ଭରସା । ଆଉ ଏହା ମାତ୍ର କିଛି ସମୟ ପରେ ହୋଇଯିବ ସ୍ପଷ୍ଟ ।
ଚଳିତ ନିର୍ବାଚନରେ ଏହି ଆସନରୁ ବିଜେଡିରୁ ପ୍ରର୍ଥୀ ହୋଇଥିଲେ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି । ଆଉ ଭାରତୀୟ ଜନତର ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ସୁନିଲ ମହାନ୍ତି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଉମା ବଲ୍ଲଭ ରଥ ।
ପୁରୀ ଲୋକସଭା ଭଳି ବିଧାନସଭା ଆସନରେ ବି ଚଳିତ ଥର ହୋଇଛି କଡା ଟକ୍କର ।

ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କ ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ୧୯୯୫ ମସିହାରୁ ବିଜେଡି ହାତରେ ଥିବା ଏହି ଆସନ, ୨୦୧୯ରେ ବିଜେପି ହାତକୁ ଚାଲିଯାଇଥିଲା । ୨୦୧୯ରେ ବଦଳି ଗଲା ଏଠାକାର ସ୍ଥିତି । ବିଜେଡିକୁ ମାତ୍ ଦେଲା ବିଜେପି ପରାସ୍ତ ହୋଇଥିଲେ ମହେଶ୍ୱର ମହାନ୍ତି । ବିଜେପିର ଜୟନ୍ତ ଷଡଙ୍ଗୀ ବିଜୟୀ ହୋଇଥିଲେ । ଗତ ୨୦୧୯ ନିର୍ବାଚନରେ ଜୟନ୍ତ ଷଡଙ୍ଗୀଙ୍କୁ ମିଳିଥିଲା ୭୬, ୭୪୭ ଖଣ୍ଡ ଭୋଟ୍ ଆଉ ମହେଶ୍ୱର ମହାନ୍ତିଙ୍କୁ ମିଳିଥିଲା ୭୨,୭୩୯ ଭୋଟ୍
ତେବେ ଏଥର ଲଢେଇରେ କାହାର ହେବ ଜିତାପଟ୍? କାହାକୁ ବାଛିଛନ୍ତି ଜନତା? ତାହା ମାତ୍ର ଆଉ କିଛି ସମୟ ପରେ ହୋଇ ଯିବ ସ୍ପଷ୍ଟ ହେବ । ପ୍ରାର୍ଥୀମାନେ ଭୋଟରଙ୍କ ମନ ଜଣିବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ତେବେ ଏଠାରୁ କିଏ ଯାଉଛି ବିଧାନସଭା ,କିଏ ଏଠାରେ ପିନ୍ଧିବ ବିଜୟ ମୁକୁଟ ତାହା ଦେଖିବାକୁ ଅପେକ୍ଷା ।












Click it and Unblock the Notifications