ପୁଞ୍ଜିଲାଲ ମଣିଷ ନା ସୈତାନ ନା ରାକ୍ଷାସ : ସୌମ୍ୟ ଶେଖରଙ୍କ ମାଆ-ବାପା
ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା ନେଇ ମୃତ ସୌମ୍ୟଙ୍କ ବାପାମା' ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ । ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ । ପୁଅର ଆତ୍ମା କିଛିଟା ଶାନ୍ତି ପାଇବ ।
ପୁଞ୍ଜିଲାଲ ସେ ମଣିଷ ନା ସୈତାନ ନା ରାକ୍ଷାସ । ତାକୁ ମଣିଷ ବୋଲି କୁହାଯିବନି । ସେ ଯଦି ଉପରକୋର୍ଟ ଯିବ ଆମେ ବି ଯିବୁ । ଦୀର୍ଘ ବର୍ଷ ହେଲା କୋର୍ଟ ଆସିଥିଲୁ । ସୂଚନା ଥାଉକି,ପାଟଣାଗଡ଼ ଏଡିଜେ କୋର୍ଟ ଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ୧୮ ଫେବ୍ରୁଆରୀ ୨୦୧୮।

ପାଟଣାଗଡରେ ସୌମ୍ୟଶେଖର ଓ ରିମାଙ୍କ ବିବାହ ହୋଇଥିଲା। ୨୩ ତାରିଖରେ ରିସେପସନରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଂଚ୍ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ଭଇଁଷା କଲେଜ୍ ଅଧ୍ୟକ୍ଷା ତଥା ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ରଚିଥିଲେ ପୁରା ପ୍ଲାନ୍। ବୋମା ନିଜେ ତିଆରି କରି ଏହାକୁ କୋରିୟର୍ ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ପଠାଇଥିଲା। ଆଉ ପାର୍ସଲ ଖୋଲିବା ପରେ ହୋଇଥିବା ବିସ୍ଫୋରଣରେ ପୁଅ ସୌମ୍ୟ ଓ ଶାଶୁଙ୍କ ଯାଇଥିଲା ଜୀବନ। ଶୁଣାଣି ର୍ପୂବରୁ ପାଟଣାଗଡ଼ କୋର୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
Patnagarh Parcel Bomb Verdict: ତେବେ କାହିଁକି ପୁଞ୍ଜିଲାଲ ମେହେର ଏଭଳି ଲୋମଟାଙ୍ଗୁରା ଘଟଣା ଘଟାଇଥିଲା ?
ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖ ସନ୍ଧ୍ୟା ସମୟରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ନବ ବିବାହିତା ରୀମା ରାଣୀ ସାହୁ ଗୁରୁତର ହୋଇ କଟକ ବଡମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।
ଏହି ଘଟଣାରେ ପୁଲିସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତି ଦେଖି ଟେର ପାଉ ନ ଥିଲା କ୍ରାଇମବ୍ରାଞ୍ଚ। ହେଲେ ଚିଠି ଲେଖି ଫସି ଯାଇଥିଲା ପୁଞ୍ଜିଲାଲ ମେହେର। କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ଉଠାଇ ନେଇଥିଲା। ସେ ସମୟରେ ପାର୍ସଲ ବୋମା ତିଆରିର ଡେମୋ ପୁଞ୍ଜିଲାଲ ମେହେର ଅରୁଣବୋଥ୍ରାଙ୍କୁ ଦେଖାଇଥିଲା। ସେ ସମୟରେ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରିର ଡେମୋ ଦେଖାଇଥିବା ଓ ସ୍ବୀକାର କରିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।
ମାମଲାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ହଜାର ପ୍ରୁଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଥିଲା ସାକ୍ଷ ପ୍ରମାଣ ଗ୍ରହଣ। ୬୨ ଜଣ ସାକ୍ଷ ପ୍ରମାଣ ଗ୍ରହଣ ସରିବା ପରେ ଗତ ୯ ତାରିଖରେ ଆର୍ଗ୍ୟୁମେଣ୍ଟ ଆରମ୍ଭ ହୋଇଥିଲା। ୧୪ ତାରିଖରେ ଆର୍ଗ୍ୟୁମେଣ୍ଟ ଶେଷ ହୋଇଥିଲା । ରାୟ ସଂରକ୍ଷିତ ରଖିଥିଲେ ପାଟଣାଗଡ଼ ଏଡିଜେ କୋର୍ଟ। ଖୁବ ଶୀଘ୍ର ଏହାର ଶୁଣାଣି ହେବ ବୋଲି ଜଣାପଡିଥିଲା।
କଲେଜ ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲ ସୌମ୍ୟଙ୍କ ମା' ଉପରେ ରାଗ ରଖି ତାଙ୍କ ପରିବାର ଧ୍ଵସଂ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସୌମ୍ୟ-ରିମାଙ୍କ ବାହାଘର ପାଇଁ ପଠାଇଥିବା ଗିଫ୍ଟ ପାର୍ସଲରେ ରଖିଥିଲା ବୋମା। ଏହାକୁ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ଘଟିଥିଲା। ପାଖରେ ଥିବା ସୌମ୍ୟ ଓ ତାଙ୍କ ଜେଜେ ମା'ଙ୍କ ମୃତ୍ୟୁ ଘଟିବା ସହ ସୌମ୍ୟଙ୍କ ପତ୍ନୀ ରିମା ଗୁରୁତର ଆହତ ହୋଇଥିଲେ।
କେମିତି ପାର୍ସଲ ବୋମା ବନାଇଥିଲା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଥିଲା ଡେମୋ । ଏହାର ଭିଡିଓ ମଧ୍ଯ ଗଣମାଧ୍ୟମ ହାତରେ ଲାଗିଥିଲା ।
ଭିଡିଓରେ ମୁଁ ଏମିତି ବନାଇଥିଲି ପାର୍ସଲ ବୋମା ବୋଲି ଅଭିଯୁକ୍ତ କହୁଛି । ଭିଡିଓରୁ ଜଣାପଡୁଛି ଯେ, ପାଟଣାଗଡ ପାର୍ସଲ ବୋମା ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏକ ଘରେ ବସିଛି ଏବଂ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ପୂରା ଘଟଣା ସମ୍ପର୍କରେ ଗୋଟି ଗୋଟି କରି କହୁଛି । ତେଣୁ ଏହି ଭିଡିଓ ଏବଂ ଏଥିରେ ଥିବା ଅଡିଓକୁ ମଧ୍ୟ ଯାଞ୍ଚ କରି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଥିଲା। ମାମଲାରେ କୋର୍ଟ ଆଗରେ ଏହି ଭିଡିଓ ରଖାଯାଇଥିଲା । ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଏବେ ରାୟ ପ୍ରକାଶ ପାଇଛି ଓ ଦୋଷୀ ଆଜୀବନ ଜେଲ ଦଣ୍ଡ ହୋଇଛି ।
ସାରା ଓଡ଼ିଶା ତଥା ଦେଶରେ ଚହଳ ପକାଇଥିବା ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମାଣ ଚଳଚ୍ଚିତ୍ର ମଧ୍ଯ ନିର୍ମାଣ ହୋଇଛି। ରେଞ୍ଜ ରୟାଲ ସିନେ ଲ୍ୟାବ୍ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ନାଁ ରଖାଯାଇଛି 'ବୁଲେଟ ରାଜା'। ଫିଲ୍ମର ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ଶ୍ରୀଧର ମାର୍ଥା।












Click it and Unblock the Notifications