ଶେଷରେ ଗଡ଼ିଲା ନନ୍ଦିଘୋଷ

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ । ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ ୩ ଠାକୁର । ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ । ପରେ ବଡ଼ଠାକୁର ବଳଭଦ୍ର ପରେ ମା' ସୁଭଦ୍ରା ଏବଂ ଶେଷରେ କାଳିଆ ଆଆନ୍ତ ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ ।

ରଥାରୂଢ଼ ୩ ଠାକୁରଙ୍କୁ ଛେରାପହଁରା କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ସମସ୍ତ ନୀତିକାନ୍ତି ଶେଷ ପରେ ଆରମ୍ଭ ହୋଇଛି ରଥ ଟଣା । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ଗଡିଥିଲା ତାଳଧ୍ୱଜ ରଥ । ପରେ ମା' ସୁଭଦ୍ରଙ୍କ ଦର୍ପଦଳନ ରଥଟଣା ହୋଇଥିଲା । ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା ।

nandighosh rath

ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି । ମରିଚିକୋଟ ଛକରେ ତାଳଧ୍ୱଜ ରଥ ପହଞ୍ଚି ଥିବା ବେଳେ ରାଜନଅର ସମ୍ମୁଖରେ ମା' ସୁଭଦ୍ରାଙ୍କର ରଥ ପହଞ୍ଚିଛି । ଆଜି ପାଇଁ ରଥଟଣା କାର୍ଯ୍ୟ ବିରାମ ରାଖାଯାଇଛି । ଆସନ୍ତାକାଲି ପୂର୍ବାହ୍ଣରେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+