ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ, ଉପବାସରେ ମହାପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦରହିଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିଛି। ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି।

ଗତ ୨୦୨୦ ମସିହାରୁ ପଇତା ଲାଗି ନୀତି ଅନୁଷ୍ଠିତ ହୋଇ ପାରୁନାହିଁ। ସାଧାରଣ ଦର୍ଶନ ଚାଲିଥିବା ବେଳେ ନୀତି ବନ୍ଦ ରହିଛି।
ଗତ ୫ ବର୍ଷ ହେବ ଏପରି ଅଚଳାବସ୍ଥା ଲାଗି ରହିଛି। ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବରୁ ନୀତି ବନ୍ଦ ହୋଇଯାଉଛି। ଏଥିରେ ରୋକ୍ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା। ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସହକାରୀ ଦେବୋତ୍ତର କମିଶନରଙ୍କଠାରେ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ହେଲେ ଏବେ ହଠାତ୍ ଏପରି ଅଚଳାବସ୍ଥା ଦେଖିବାକୁ ମିଳିଛି।












Click it and Unblock the Notifications