ଜଙ୍ଗଲ ନିଆଁ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର
ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।
କଟକ: ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ନିଆଁ ଲିଭାଇବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନ କରାଯାଇଛି।

ତେବେ ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି । ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରଯାଇଥିବା ସୂଚନା ରହିଛି । ସେହିପରି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ । ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେଉଛି ବୋଲି ଏଥିରେ କୁଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ଲାଇଫ ଲାଇନ କୁହାଯାଉଥିବା ଶିମିଳିପାଳ ଅଭ୍ଯୟାରଣ୍ୟ ସହ ଅନ୍ୟ କେତେକ ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଲିଭାଇ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ନିଆଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆୟତ୍ତକୁ ଆସି ପାରି ନାହିଁ ।












Click it and Unblock the Notifications