ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
ଆୟୁଷ୍ମାନ ଭାରତ ଯୋଜନା ପାଇଁ ହାଇକୋର୍ଟ ଗଲେ ବିଜେପି ନେତା । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ କେନ୍ଦ୍ରର ଏହି ଜନହିତକାରୀ ଯୋଜନାରୁ ଓଡ଼ିଶା ବାସୀଙ୍କୁ ବଞ୍ଚିତ କରୁଥିବା ଅଭିଯୋଗରେ ମାମଲା ଦାୟର ହୋଇଛି ।

ଏହି ଅଭିଯୋଗରେ ସମୀର ମହାନ୍ତି ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିଛନ୍ତି । ଯେଉଁଥିରେ ପୁରୁଷ ହିତାଧିକାରୀମାନେ ୫ ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ। ତେବେ ଅନେକ ସମୟରେ ଏହି ପରିମାଣ ଯଥେଷ୍ଟ ହେଉନହିଁ । ଯେଉଁଥିପାଇଁ ଜୀବନର ସମସ୍ତ ଜମା ଶେଷ ହେଇଯାଉଛି ବୋଲି ସମୀର ନିଜ ଆବେଦନରେ ଦର୍ଶାଇଛନ୍ତି ।
ସେ ନିଜ ଆବେଦନରେ ଆହୁରି ମଧ୍ୟ ଦର୍ଶାଇଛନ୍ତି, ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଗରିବ ଶ୍ରେଣୀର ଲୋକେ ବାହାର ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି । ତେବେ ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଦେଶର ଯେ କୌଣସି ସ୍ଥାନରେ ଓଡ଼ିଶାବାସୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ସମୀର ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି ।












Click it and Unblock the Notifications