Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କତା, କହିଲେ ବର୍ଷା ପାଇଁ ସାମାନ୍ୟ କମିଛି ହିଟ୍ ୱେଭ

ରାଜ୍ୟରେ ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସତର୍କତା ଜାରି କରିଛନ୍ତି । ସେ କହିଛନ୍ତି, ବର୍ଷା ପାଇଁ ହିଟ୍ ୱେଭ ସାମାନ୍ୟ କମିଛି । ଭବିଷ୍ୟତରେ ହିଟ୍ ୱେଭ ହେବାର ସମ୍ଭାବନା ଅଛି । ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଖଣି ଅଞ୍ଚଳରେ ହିଟ୍ ୱେଭ ମାମଲା ଅଧିକ ରହିଛି ।

ସୁନ୍ଦରଗଡ ଓ ଝାରସୁଗୁଡାରୁ ଅଧିକ ହିଟ୍ ୱେଭ ମାମଲା ଆସୁଛି । ଚଳିତ ଗ୍ରୀଷ୍ମଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏଥିରୁ ୨୦ ମାମଲା ରାଉରକେଲାର । ସେମାନଙ୍କୁ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

।ଭୀଷଣ ଗରମରେ ଆଉଟୁ ପାଉଟୁ ସାରା ଦେଶ। ଏପଟେ ଅଶୁଂଘାତ ସାଜିଛି ପ୍ରାଣଘାତୀ। ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେଉଥିବାବେଳେ ଅଶୁଂଘାତ ଗୋଟିକ ପରେ ଗୋଟିଏ ଲୋକଙ୍କ ଜୀବନ ନେଇ ଚାଲିଛି। ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଅନ୍ୟପଟେ ଦେଶରେ ଅଶୁଂଘାତ ବା ହିଟ୍‌ଷ୍ଟ୍ରୋକରେ ହେଉଥିବା ମୃତ୍ୟୁସଂଖା ଉଗ୍ର ରୂପ ଧାରଣ କରିଛି। ଯେଉଁଥିରେ ଓଡ଼ିଶାରେ ୭୨ଘଣ୍ଟା ମଧ୍ୟରେ ୯୯ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

rain

ରାଉରକେଲା ସହରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ୪ ଜଣଙ୍କର ମୃତଦେହକୁ ସେମାନଙ୍କ ପରିବାର ଲୋକେ ନେଇଯାଇଥିବାରୁ ବ୍ୟବଚ୍ଛେଦ ହୋଇପାରିନି ।

ଅବଶିଷ୍ଟ ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରାଉରକେଲା ତହସିଲଦାର ଓ ମେଡିକାଲ ଟିମ୍ ଏନେଇ ତଦନ୍ତ କରୁଛନ୍ତି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଉ ରୋଗୀ ସଂଖ୍ୟା ବୃଦ୍ଧି ହୋଇନାହିଁ । ଏସବୁ ଭିତରେ ରାଜ୍ୟବ୍ୟାପୀ ଆସିଥିବା ୧୪୧ଟି ଅଭିଯୋଗ ମଧ୍ୟରୁ ୨୬ ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତଜନିତ ବୋଲି SRCଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+