ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ, ବାନ୍ଧିଲା ଭିଜିଲାନ୍ସ

ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଏହି ବାବୁ ଜଣଙ୍କ ହେଲେ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ । ଭିଜିଲାନ୍ସ ଅଧିକାରୀ ମାନେ ୧ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ସହ ତାଙ୍କ ନିକଟରୁ ୨ ଲକ୍ଷ ୨୬ ହଜାର ଟଙ୍କା ଏବଂ ଭଡ଼ା ଘରୁ ୧.୩୦ ଲକ୍ଷ ଟଙ୍କା ସମେତ ନଗଦ ୩.୫୬ ଟଙ୍କା ଜବତ କରିଛନ୍ତି ।

Vigilance

ଜଣେ ଠିକାଦାରଙ୍କର ୭ ଲକ୍ଷ ଟଙ୍କା ବିଲ୍‌ ବାକିଥିଲା । ଉକ୍ତ ବିଲ୍‌ ପାସ୍‌ ପାଇଁ ଠିକାଦାର ଜଣଙ୍କ ନରେଶଙ୍କ ପାଖକୁ ଯାଇଥିଲେ । ନରେଶ ବିଭିନ୍ନ ବାହାନାରେ ଦିନ ଗଡ଼ାଇ ଚାଲିଥିଲେ । ତେବେ ଗତ ସପ୍ତାହରେ ଠିକାଦାରଙ୍କୁ ନରେଶ କହିଥିଲେ ଦେଢ଼ ଲକ୍ଷ ଟଙ୍କା ଦେଲେ ୭ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରିଦେବେ । ଏତେ ଟଙ୍କା ଦେବାକୁ ଠିକାଦାର ରାଜି ହୋଇ ନଥିଲେ । ଶେଷରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା । ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସ ଅଫିସ୍‌ରେ ଜଣାଇଥିଲେ । ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଯୋଜନା କରିଥିଲେ । ଠିକାଦାର ଜଣଙ୍କ ଟଙ୍କା ନେଇ ସହକାରୀ ଯନ୍ତ୍ରୀଙ୍କୁ ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍‌ ନରେଶଙ୍କୁ ଗିରଫ କରିଥିଲା । ତା'ପରେ ନରେଶଙ୍କ ଅଫିସ୍‌ ଚ୍ୟାମ୍ବର ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଆଉ ଲକ୍ଷେ ୨୬ ହଜାର ଟଙ୍କା ମିଳିଥିଲା । ଉକ୍ତ ଟଙ୍କା ବିଷୟରେ ସେ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+