ଶିକ୍ଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ; କହିଲେ- ସକରାତ୍ମକ ଆଲୋଚନା ହୋଇଛି

ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା । ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ । ପୁଣି ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଗଣ ଶିକ୍ଷା ବିଭାଗ ସକାରାତ୍ମକ ରହିଛି । ଗୋଟିଏ ଦିନରେ ସମସ୍ୟା ସମାଧାନ ହୋଇପାରିବ ନାହିଁ । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ବିଭାଗ ସବୁବେଳେ ପ୍ରସ୍ତୁତ ଅଛି, ଆବଶ୍ୟକ ପଡ଼ିଲେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆନ୍ଦୋଳନ ନକରି ସରକାର୍ ଉପରେ ବିଶ୍ବାସ କରନ୍ତୁ । ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ । ଏ ସରକାର୍ ବୁଝିବାକୁ ପ୍ରସ୍ତୁତ ଅଛନ୍ତି , ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ ।

nityada god

ଅନ୍ୟପଟେ ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ନିୟମିତ ଚାକିରି, ନୂଆ ନିଯୁକ୍ତି, ସମେତ ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷକଙ୍କ ବିକ୍ଷୋଭ । ସମାନ କାମକୁ ସମାନ ଦରମା ଦାବି କରି ଭୁବନେଶ୍ବର ବିଧାନସଭା ମାର୍ଗରେ ହଜାର ହଜାର ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବିକ୍ଷୋଭ ପଦର୍ଶନ କରିଛନ୍ତି । ଆନ୍ଦୋଳନକୁ ୫ ଦିନ ବିତି ଯାଇଥିଲେବି ସରକାର ସେମାନଙ୍କ କଥା ଶୁଣୁନାନାହାନ୍ତି । ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ଗେଟ ସାମ୍ନାରେ ଧାରଣା ଦେବା ସହ ଶାନ୍ତପୂର୍ଣ ଆନ୍ଦୋଳନ ଜାରି ରଖୁଛନ୍ତି ।

ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷକ ପ୍ରତିବାଦ କରିଛନ୍ତି । ସଂଘର ପ୍ରମୁଖ ଦାବୀ ମଧ୍ୟରେ ରହିଛି ଓଏଭି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା, ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦେବା, ଶାରୀରିକ ଶିକ୍ଷା, ସଙ୍ଗୀତ,ଏବଂ କମ୍ପ୍ୟୁଟର ଶିକ୍ଷକଙ୍କୁ ସମାନ କାମକୁ ସମାନ ଦରମା ପାଇଁ ୪୬୦୦ ଗ୍ରେଡ଼ପେ ପ୍ରଦାନ କରିବା, ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ବିଷୟ ପାଇଁ ପିଜିଟି ପଦବୀ ସୃଷ୍ଟି କରିବା, ପ୍ରତ୍ୟେକ ବିଦ୍ୟାଳୟରେ ସାଇନ୍ସ କମର୍ସ ଭଳି ଆର୍ଟ ଷ୍ଟ୍ରିମ୍ ଖୋଲିବା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+