Operation Sindoor:'ପାକିସ୍ତାନ ଆକ୍ରମଣ କଲେ ତାର ରହିବନି ଚିହ୍ନବର୍ଣ୍ଣ '

ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଆଜି ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ଦିନ। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରତିଶୋଧ ନେଇ ଆତଙ୍କୀବାଦ ଆଡ୍ଡା ଧ୍ବଂସ କରାଯାଇଛି।

pruthviraj harichandan on operation sindoor

ଏହା ଭାରତୀୟ ସେନାର ପାରଦର୍ଶିତା ବିଶ୍ୱରେ ପୁଣି ଜଣାଇଦିଆଗଲା।. ଗୋଟେ ଭାରତୀୟକୁ ହାତ ଉଠାଇଲେ, ସାରା ଦେଶ ଜବାବ ଦେବ । ସେ ଆହୁରି କହିଛନ୍ତି,ଅପରେସନ ସିନ୍ଦୂର ନାଁ ଅର୍ଥ ଆତଙ୍କୀବାଦୀ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୂର ଲିଭାଇଥିଲେ, ତାହାର ଜବାବ। ଏହା ସାମଗ୍ରିକ ଭାବେ ନାରୀ ଶକ୍ତି ଓ ମିଲିଟାରି ଅପରେସନ, ଯେଉଁଥିରେ କୌଣସି ନାଗରିକ ମରି ନାହାନ୍ତି. ଯାହା ଅନ୍ୟ କୌଣସି ଦେଶ କରିନି। ମିଲିଟାରି ଦକ୍ଷତାର ପରିଚୟ ଆସିଛି।

ବିଶ୍ୱ ଚକିତ ଓ ଆନନ୍ଦିତ। କାରଣ ଆତଙ୍କବାଦ ଉପରେ ପାଲଟା ଆକ୍ରମଣ ଭାରତ କରିଛି। ଭାରତର ପ୍ରତିପତ୍ତି ବଢିବ। ପ୍ରତିଆକ୍ରମଣ ପାଇଁ ଭାରତ ତଥା ଓଡ଼ିଶା ବି ପ୍ରସ୍ତୁତ ଅଛି। ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି ଏକଥା ସେ ଭଲକି ଜାଣିଛନ୍ତି। ତେଣୁ ସେଭଳି ଦୁଃସାହସ ସେମାନେ କରିବେନି। କରିଲେ ଭାରତର ଉଗ୍ର ରୂପ ଦେଖିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+