ବର୍ଷା ଦିନେ ପାଣି ପାଇଁ ପ୍ରତିବାଦ: ଗରା,ମାଠିଆ ରଖି ରାଜରାସ୍ତା ଅବରୋଧ
ପାଣି ପାଇଁ ପ୍ରତିବାଦ । ଗରା, ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏହି ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଦିନେ ପାଣି ଅଭାବରୁ ପ୍ରତିବାଦ ଦେଖିବାକୁ ମିଳିଛି ।
ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି ।
ଆପଣ ବର୍ଷା ଦିନେ କେମିତି ପାଣି ଅଭାବ କଥା ଭାବୁଛନ୍ତି କି ? ହଁ ଆଜ୍ଞା ବର୍ଷା ଦିନେ ବି ଏଠାରେ ପାଣି ଅଭାବ । ପାଣି ପାଇଁ ଲୋକେ ରାସ୍ତାରୋକ କରିଛନ୍ତି । ପୁଣି ରାଜରାସ୍ତାରେ ଗରା, ମାଠିଆ ଧରି ଅଭିନବ ଢଙ୍ଗରେ ପ୍ରତିବାଦ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଗୋଛାବାଡି ଗାଁରେ ଗତ ଆଠ ମାସ ହେଲା ଜଳଯୋଗାଣ ବନ୍ଦ କରିଥିବା ଅଭିଯୋଗ ଆଣି ଆଜି ମହିଳା ମାନେ ଗାଁ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଗୋଛାବାଡି ଗାଁରେ ପୂର୍ବରୁ ଜଳଯୋଗାଣ ବ୍ୟବସ୍ଥା ରହିଥିଲା କିନ୍ତୁ ଗତ ଜାନୁଆରୀ ମାସରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଗଲା ।
ଠିକାଦାର କାମ ସାରି ଦେଲାଣି କିନ୍ତୁ ଜଳ ଯୋଗାଣ ଵ୍ୟଵସ୍ଥାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ । ଏ ସମ୍ପର୍କରେ ବ୍ଲକ ଓ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା ତଥାପି କେହି କର୍ଣ୍ଣପାତ କରୁନଥିବା ବେଳେ ଗ୍ରାମବାସୀ ପୋଖରୀ ପାଣିକୁ ବ୍ୟବହାର କରିଆସୁଥିଲେ ।

ସକାଳୁ ସକାଳୁ ମହିଳାଙ୍କ ଏହି ପ୍ରତିବାଦ ପାଇଁ ଭୁବନେଶ୍ୱର- ଭଞ୍ଜନଗର ମୁଖ୍ୟ ରାସ୍ତା ରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । ରାସ୍ତାର ଦୁଇ ପାର୍ଶ୍ଵରେ ଯାତ୍ରୀବାହୀ ବସ ଗୁଡିକ ଅପେକ୍ଷା କରି ରହିଛନ୍ତି । ଦୁଇ ଘଣ୍ଟା ହେଲା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବା ଦରକାର । ଆଉ ସମସ୍ୟାର ସମାଧନ କରିବ ଜରୁରୀ ।












Click it and Unblock the Notifications