ଆନ୍ଦୋଳନ ଜାରି, ଦୁଇ ଘଣ୍ଟା ଓପିଡି ବନ୍ଦ

ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିବ । ପୂର୍ବ ଭଳି ଦୁଇ ଘଣ୍ଟା ଓପିଡି ବନ୍ଦ କରିବେ ଡାକ୍ତର । ସରକାରଙ୍କ ଏସମାଙ୍କୁ ବେଖାତିର । ଓଡ଼ିଶା ସରକାର ଏସମା ଲଗାଇବା ପରେ ଡାକ୍ତର ସଂଘ ତୁରନ୍ତ ଅନଲାଇନ ଜରୁରୀ ବୈଠକ ଡାକି ଥିଲା । ଆନ୍ଦୋଳନ ଜାରି ରହିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଡାକ୍ତରଙ୍କ ଦାବି ସହ କୌଣସି ସାଲିସ ହେବ ନାହିଁ । ଡାକ୍ତରଙ୍କ ଦାବି ଯଥାର୍ଥ । ବୈଠକରେ ନିଷ୍ପତ୍ତି ହୋଇଛି, ପୂର୍ବବତ ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡି ବନ୍ଦ ରହିବ । ସେହିପରି NHM କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବୟକଟ କରାଯିବ । ଏମର୍ଜେନ୍ସି ସେବା ଜାରି ରହିବ । ଆନ୍ଦୋଳନ ବନ୍ଦ କରିବାକୁ ଗତକାଲି ଏସମା ଲଗାଇଥିଲେ ରାଜ୍ୟ ସରକାର ।

OPD

ଓଡ଼ିଶା ମେଡିକାଲ ସେବା ସଂଘ ପକ୍ଷରୁ ଦରମା ବୃଦ୍ଧି, ପଦୋନ୍ନତି ଏବଂ ସୁରକ୍ଷା ଭଳି ବିଭିନ୍ନ ଦାବି ନେଇ ଗତ କିଛି ଦିନ ହେବ ଆନ୍ଦୋଳନ ଚାଲିଛି । ଜାନୁଆରା ୫ ତାରିଖ ଠାରୁ ଡାକ୍ତରମାନେ ଦୈନିକ ୨ ଘଣ୍ଟା ପାଇଁ ଓପିଡି ବର୍ଜନ କରିଥିଲେ । ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା କରି ସରକାର ଏସମା ଲଗାଇଥିଲେ । ଯଦି ନିୟମ ଭଙ୍ଗ କରନ୍ତି, ଶୃଙ୍ଖଳାଗତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+