For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

|

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷିନୀତିର ପ୍ରତିବାଦ କରି ତଥା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ମାନ୍ୟବର ସାଂସଦ ଟି.ଏନ୍ ପ୍ରଥାପନଙ୍କ ଆହ୍ୱାନ କ୍ରମେ ଏହି ଆନ୍ଦୋଳନ କରାଯାଇଛି । ଏଥିରେ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, ଓଡିଶାର ମାଛ ଚାଷୀମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅଥଳ ସମୁଦ୍ର, ନଦୀ ଏବଂ ପୋଖରୀ ଉପରେ ନିର୍ଭର କରି ମତ୍ସ୍ୟ ଉତ୍ପାଦନ ତଥା ମତ୍ସ୍ୟଚାଷ କରି ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କର ସମସ୍ୟାକୁ ଓଡିଶା ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ ଯୋଜନା ଓଡିଶାରେ ଫଳପ୍ରଦ ନହେବା ଦ୍ୱାରା ଓଡିଶାବାସୀ ପଡୋଶୀ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି । ଓଡିଶାରେ ମଧୁରଜଳରେ ମାଛ ଚାଷ ପାଇଁ ସ୍ଥାନ ନିରୁପଣ କରି ମତ୍ସ୍ୟଜୀବୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଓଡିଶା ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ସେ କହିଛନ୍ତି ।

Odisha Fisheries Congress

କୃଷି ଓ କୃଷକମାନଙ୍କ ସ୍ୱାର୍ଥ ବିରୋଧି କେନ୍ଦ୍ର ସରକାରଙ୍କର କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦେଶ ତମାମ୍ ହେଉଥିବା ଚାଷୀ ଆନ୍ଦୋଳନକୁ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ସମର୍ଥନ କରାଯାଇ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କର ଏହି କୃଷିନୀତିକୁ ଯଥାଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Protest by Odisha Fisheries Congress in support of Farmers protest
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X