କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ

କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷିନୀତିର ପ୍ରତିବାଦ କରି ତଥା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ପ୍ରଦର୍ଶନ କରଯାଇଛି ।

ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ମାନ୍ୟବର ସାଂସଦ ଟି.ଏନ୍ ପ୍ରଥାପନଙ୍କ ଆହ୍ୱାନ କ୍ରମେ ଏହି ଆନ୍ଦୋଳନ କରାଯାଇଛି । ଏଥିରେ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, ଓଡିଶାର ମାଛ ଚାଷୀମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅଥଳ ସମୁଦ୍ର, ନଦୀ ଏବଂ ପୋଖରୀ ଉପରେ ନିର୍ଭର କରି ମତ୍ସ୍ୟ ଉତ୍ପାଦନ ତଥା ମତ୍ସ୍ୟଚାଷ କରି ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କର ସମସ୍ୟାକୁ ଓଡିଶା ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ ଯୋଜନା ଓଡିଶାରେ ଫଳପ୍ରଦ ନହେବା ଦ୍ୱାରା ଓଡିଶାବାସୀ ପଡୋଶୀ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି । ଓଡିଶାରେ ମଧୁରଜଳରେ ମାଛ ଚାଷ ପାଇଁ ସ୍ଥାନ ନିରୁପଣ କରି ମତ୍ସ୍ୟଜୀବୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଓଡିଶା ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ସେ କହିଛନ୍ତି ।

Odisha Fisheries Congress

କୃଷି ଓ କୃଷକମାନଙ୍କ ସ୍ୱାର୍ଥ ବିରୋଧି କେନ୍ଦ୍ର ସରକାରଙ୍କର କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦେଶ ତମାମ୍ ହେଉଥିବା ଚାଷୀ ଆନ୍ଦୋଳନକୁ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ସମର୍ଥନ କରାଯାଇ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କର ଏହି କୃଷିନୀତିକୁ ଯଥାଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+