ଆଠଗଡ଼ ଓ ଟିଟଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ, ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର
ପଦ୍ମପୁରକୁ ନୂଆ ଜିଲ୍ଲା ଘୋଷଣା ପରେ ବିଭିନ୍ନ ସହରକୁ ଜିଲ୍ଲା କରିବା ନେଇ ଦାବି ହେଉଛି । ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟଲାଗଡ ସହର ବନ୍ଦ ପାଳନ । ସେହିପରି ଆଠଗଡ ବନ୍ଦ ପାଳନ କରାଯାଉଛି ।
ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ ପାଳନ କରାଯାଇଛି । ଆଠଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ହେଉଛି । ଦୋକାନ, ବଜାର ବନ୍ଦ ହୋଇଛି । ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।
ସେହିପରି ଟିଟଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୂଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ପ୍ରଭାବରେ ସ୍କୁଲ , କଲେଜ ବନ୍ଦ ରହିଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ଅନ୍ୟପଟେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜଗତସିଂହପୁର ସହର ବନ୍ଦ ପାଳନ କରାଯାଉଛି । ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୫ଟା ରୁ ଅପରାହ୍ନ ୪ଟା ଯାଏଁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ସେପଟେ ପଦ୍ମପୁରକୁ ଜିଲ୍ଲା କରାଯିବା ଆଶା ଆଉ ପାଦେ ଆଗେଇଛି । ଜିଲ୍ଲା ସଦର ମହକୁମା ଚିହ୍ନଟ ପାଇଁ ସ୍ଥାନ ପରିଦର୍ଶନ କରିଛି ଟିମ୍ । ପଦ୍ମପୁର ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।












Click it and Unblock the Notifications