NAC ଘୋଷଣା କରାନଯିବା ପ୍ରତିବାଦରେ ଅସନ୍ତୋଷ; ପୁରୁଣାକଟକ ଓ ଲୋଇସିଂହା ବନ୍ଦ ଡାକରା
NAC ଘୋଷଣା କରାନଯିବା ପ୍ରତିବାଦରେ ଅସନ୍ତୋଷ ଦେଖାଦେଇଛି । ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ବନ୍ଦ ହୋଇଛି । ପୁରୁଣାକଟକ ବ୍ୟବସାୟୀ ସଂଘ, ଭୈରବୀ କ୍ଲବ ସୁରକ୍ଷା ସମିତି ଓ ତିଳେଶ୍ୱର ଯୁବକ ସଂଘ ପକ୍ଷରୁ ପୁରୁଣାକଟକକୁ ଏନ୍ଏସି ମାନ୍ୟତା ଦେବା ପାଇଁ ପୂର୍ବରୁ ଦାବି ହୋଇଆସୁଥିଲା। କିନ୍ତୁ ଗତକାଲି ପୁରୁଣାକଟକବାସୀ ନିରାଶ ହୋଇଛନ୍ତି।
ସେହିପରି ଲୋଇସିଂହାକୁ ଏନ୍ଏସି ଘୋଷଣା କରା ନଯିବା ପ୍ରତିବାଦରେ ବି ବନ୍ଦ ଡାକରା ଦେଇଛି ଲୋଇସିଂହା ବିକାଶ ପରିଷଦ । ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି । ଏହି ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ସମର୍ଥ କରିଛନ୍ତି ।

ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଏହାକୁ ନେଇ କେତେକ ସ୍ଥାନରେ ଅସନ୍ତୋଷ ଦେଖା ଦେଇଛି । ସେହିପରି ନୟାଗଡ଼ ଜିଲ୍ଲା ଭାପୁରୁକୁ NAC ଘୋଷଣା କରାନଯିବା ପ୍ରତିବାଦରେ ଅସନ୍ତୋଷ ଦେଖାଦେଇଛି ।
5T ଅଧ୍ୟକ୍ଷଙ୍କ ଭି କେ ପାଣ୍ଡିଆନ୍ ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା - ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।












Click it and Unblock the Notifications