୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍‌ ଇଞ୍ଜିନ ଭାବେ କାମ କରିବ। ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର ନିରନ୍ତର ଭାବେ କାମ କରୁଛନ୍ତି। ଏଥିସହିତ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଥମ ଏମଓୟୁ ଇଡ୍‌କୋ ସହ ସିଙ୍ଗାପୁରର ହୋଇଛି। ପାରାଦୀପରେ ଗ୍ରୀନ୍‌ ସିପିଂ କରିଡର କରିବା ପାଇଁ ମଧ୍ୟ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମଙ୍କ ଗସ୍ତ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ସିଙ୍ଗାପୁର ଏବଂ ଓଡିଶା ମଧ୍ୟରେ ବଢୁଥିବା ଭାଗିଦାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନଟ କରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ରାଜ୍ୟ ସରକାର ଏବଂ ସିଙ୍ଗାପୁର ଭିତ୍ତିକ କମ୍ପାନିଗୁଡିକ ମଧ୍ୟରେ ଏମଓୟୁ ବିନିମୟ ହୋଇଛି।

mohan majhi

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଏତିହାସିକ ଘଟଣା। ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ। ଏହା ଗ୍ରୋଥ୍ ଇଞ୍ଜିନ୍ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମି ସୁଦୃଢ଼ ଏବଂ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+