For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପ୍ରସ୍ତାବିତ ପଦ୍ମପୁର ବନ୍ଦ ଡାକରା ବାତିଲ

ଆଜି ପ୍ରସ୍ତାବିତ ପଦ୍ମପୁର ବନ୍ଦ ଡାକରା ବାତିଲ

|

ଭୁବନେଶ୍ୱର: ଆଜି ପ୍ରସ୍ତାବତ ପଦ୍ମପୁର ବନ୍ଦ ଡାକରା ବାତିଲ । ଜିଏସଟି ଜଏଣ୍ଟ କମିଶନରଙ୍କ ସହ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି । ଉପ ନିର୍ବାଚନ ଯାଏଁ ହେବ ନାହିଁ କୌଣସି ଜିଏସ୍‌ଟି ରେଡ୍ । ବନ୍ଦ ଡାକରାରୁ ଓହରିଲା ପଦ୍ମପୁର ବଣିକ ସଂଘ ।

Padampur Bandh

ଗତକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଥିଲା ପଦ୍ମପୁର ବଣିକ ସଂଘ । ଆଇଟି ଓ ଜିଏସ୍‌ଟି ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ଅର୍ଥାତ୍ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥାନ୍ତା । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସଟିର ଚଢ଼ଉ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତକାଲି ସକାଳୁ ପଦ୍ମପୁର ନିର୍ବାଚନମଣ୍ଡଳୀର ୩ ପ୍ରତିଷ୍ଟିତ ବ୍ୟବସାୟୀଙ୍କ ବାସଭବନରେ ସିଆରପିଏଫ ଉପସ୍ଥିତିରେ ଆଇଟି ରେଡ୍ ହୋଇଥିଲା। ଏହାପରେ ସନ୍ଧ୍ୟାରେ ୭ ଜଣ ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ବିଭାଗ ଚଢ଼ାଉ କରିଥିଲା । ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଆୟକର ବିଭାଗ ରେଡ କରିଥିଲା । ସେହିପରି ସନ୍ଧ୍ୟାରେ ଜିଏସଟି ପକ୍ଷରୁ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜ୍ବେଲେରି, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା ।

ଅନ୍ୟପକ୍ଷରେ ପଦ୍ମପୁର ଉପନିର୍ବାଚନ ପାଇଁ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳ ୧୧ଟାରୁ ମାଣ୍ତୋସିଲଠାରେ ଆୟୋଜିତ ସଭାରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ସେ ମିଠାମାଲି, ପାଇକମାଳ, ହିରାପୁର, ନୂଆଗାଁ, ଝାରମୁଣ୍ତାରେ ପଦଯାତ୍ରା କରିବେ । ସେହିପରି ଅପରାହ୍ନରେ ଭେଙ୍ଗରାଜପୁରରେ ଏସ ସାଧାରଣ ସଭାରେ ଯୋଗ ଦେବା ନେଇ ସୂଚନା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Proposed Shutdown of Padmapur cancelled today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X