ପର୍ଯ୍ୟଟନ କ୍ଷେତ୍ର ପାଇଁ ୧ ହଜାର ୨୩କୋଟି
ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପିତ। ମୋଟ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ସହ ସୁସଂହତ ଏକ ଯୋଜନାବଦ୍ଧ, ସମାବେଶୀ ଏବଂ ପୋଷଣୀୟ ପର୍ଯ୍ୟଟନ ରଣନୀତି ଅନୁସରଣ କରୁଛନ୍ତି ।

କାର୍ଯ୍ୟକ୍ରମ ଭିଭିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ସାମଗ୍ରିକ ଗନ୍ତବ୍ୟସ୍ଥଳ ବିକାଶକୁ ସମର୍ଥ କରିବା ଏବଂ ଏକ ବିବିଧ ତଥା ପ୍ରତିରୋଧକ୍ଷମ ପର୍ଯ୍ୟଟନ ପୋର୍ଟଫୋଲିଓ ନିର୍ମାଣ କରିବା ଉଦ୍ଦେଶ୍ୟରେ ମୁଁ ପର୍ଯ୍ୟଟନ କ୍ଷେତ୍ର ପାଇଁ ମୋଟ ୧ ହଜାର ୨୩ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଉଛି । ଯାହା ଗତ ବର୍ଷର ଆବଣ୍ଟନ ତୁଳନାରେ ପ୍ରାୟ ୨୫% ଅଧିକ । ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଅଧିକ ଆକର୍ଷକ କରିବା, ନୂତନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ପ୍ରୋତ୍ସାହନ ଏବଂ ନିବେଶକ ପ୍ରୋତ୍ସାହନ ରାଶିର ତ୍ବରିତ ବିତରଣ ପାଇଁ ମୁଁ ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି, ୨୦୨୬ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଉଛି ।
ବିକଶିତ ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ଅଧୀନରେ, ଆତିଥ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ପାଇଁ ବୃଦ୍ଧି ପାଉଥିବା ଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଏକ ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଆରମ୍ଭ କରୁଛୁ । ୨୦୪୭ ସୁଦ୍ଧା ୫ କୋଟିରୁ ଅଧିକ ଘରୋଇ ଏବଂ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏବଂ ୨୫ ହଜାର ହୋଟେଲ ପ୍ରକୋଷ୍ଠ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏଥିପାଇଁ ଅଗ୍ରାଧିକାର ଭିଭିରେ ୧୫ଟି ଗନ୍ତବ୍ୟସ୍ଥଳରେ ଜମି ଚିହ୍ନଟ କରାଯାଇ ଇଡକୋ ଦ୍ବାରା ଯାଞ୍ଚ ଏବଂ ପ୍ରକ୍ରିୟାକରଣ ଚାଲିଛି । ଜମି ଅଧାଗ୍ରହଣ, ପ୍ରିମିୟମ ଦେୟ ପୈଠ ଏବଂ ପ୍ରାଥମିକ ଭିଭିଭୂମିର ବିକାଶ ପାଇଁ ୨୦୨୬-୨୭ ଲାଗି ୧୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।












Click it and Unblock the Notifications