୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ୟ୍ୟାୟ , ୨୧୫୯ଟି ସ୍କୁଲ ରୂପାନ୍ତରଣ ହେବାର ଲକ୍ଷ ରଖାଯାଇଛି
Mo School Abhiyan :ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ସ୍କୁଲ ରୂପାନ୍ତରଣ ହେବାର ଲକ୍ଷ ରଖାଯାଇଛି
ଭୁବନେଶ୍ୱର: ସରିଛି ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁର ଚିହ୍ନଟ ପ୍ରକ୍ରିୟା । ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟ ରୂପାନ୍ତରଣ ହେବାର ଲକ୍ଷ ରଖାଯାଇଛି । ଯେଉଁଥି ପାଇଁ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ଶେଷ ହୋଇସାରିଛି । ବିଶେଷ କରି ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ବିଦ୍ୟାଳୟକୁ ଏହି ପର୍ଯ୍ୟାୟରେ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲ ରୂପାନ୍ତରଣ ଶେଷ ହୋଇଥିବାବେଳେ ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ,ଇ-ଲାଇବ୍ରେରୀ ,କମ୍ପୁଟର ଲ୍ୟାବ୍ ,ସାଇନ୍ସଲ୍ୟାବର ବ୍ୟବସ୍ଥା କରାଯିବ । ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ କରିଯିବାର ଯୋଜନା କରାଯାଇଛି । ଦୁଇଟି ନିର୍ଦ୍ଧାରିତ ଲକ୍ଷ୍ୟର ୫୦% ରୂପାନ୍ତରଣ ଶେଷ ହୋଇସାରିଥିବା ବେଳେ ଆଉ ୨୫% ପ୍ରତିଶତ ସାମିଲ୍ କରାଯିବ । ଏହା ପରେ ତୃତୀୟ ପର୍ଯ୍ୟାୟରେ ୭୫ ପ୍ରତିଶତ ସ୍କୁଲର ରୂପାନ୍ତରଣ ଶେଷ ହେବ ।

ଏହି ଯୋଜନାରେ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯିବା ସହ ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଉପକରଣ ସହିତ ଉତ୍ତମ ବାତାବରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଉନ୍ନତମାନର ଶ୍ରେଣୀ ଗୃହ ,ଖେଳ ପଡ଼ିଆ ,ସ୍ମାର୍ଟ ଲାଇବ୍ରେରୀ , କମ୍ପୁଟର ଲ୍ୟାବ୍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯିବ । ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣି ଦିଆଯାଉଛି । ଅନ୍ୟପଟେ ସ୍ମାର୍ଟ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ପିଲାମାନଙ୍କର ମଧ୍ୟରେ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ୧୦୭୬ ସ୍କୁଲର ନବୀକରଣ ଓ ଲୋକାର୍ପଣ ଶେଷ ହୋଇସାରିଛି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲର ଲୋକାର୍ପଣ କରିଥିଲେ । ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।












Click it and Unblock the Notifications